Tue. Dec 24th, 2024

ରାମ ମନ୍ଦିର ପାଇଁ ଭୂମି ପୂଜା ଉତ୍ସବ

By amfnews Dec 3, 2018 #Featured
271 Views

ରାଉରକେଲା, ୩ା୧୨  : ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ଆନୁକୂଲ୍ୟରେ ସେକ୍ଟର-୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ରାମ ମନ୍ଦିର ସ୍ଥାପନ ପାଇଁ ଭୂମି ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ରାଧାକୃଷ୍ଣ ମନ୍ଦିରର ମୁଖ୍ୟ ପୂଜକ ବାବୁ ନନାଙ୍କ ତତ୍ୱାବଧାନରେ ପଣ୍ଡିତ ବିଜୟ କୁମାର ପାଣିଗ୍ରାହୀ, ଅକ୍ଷୟ କୁମାର ମିଶ୍ର, ବାଜି ମିଶ୍ର, ଆନନ୍ଦ ନନ୍ଦ, ପଦ୍ମଲୋଚନ ଦାଶ, ତ୍ରିଲୋଚନ ଦାଶ, ଅନନ୍ତ ସାଗର ପାଣିଗ୍ରାହୀ, ବିଦ୍ୟାସାଗର ପାଣିଗ୍ରାହୀ, ଗୁରୁ ଚରଣ ନନ୍ଦ ପ୍ରମୁଖ ବେଦପାଠ, ମନ୍ତ୍ର, ହୋମ, ଆବାହନ, ପୂଜା ଓ ଆଳତୀ କରିଥିବା ବେଳେ ଆଖପାଖ ଅଞ୍ଚଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା ।

ଶଂଖ, ହୁଳହୁଳୀ ଓ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ କୀର୍ତ୍ତନରେ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ରାମ ମନ୍ଦିରର ମୁଖ୍ୟ ସଂଯୋଜକ ସମୀର ରଂଜନ ଦାଶ ଓ ଆବାହକ ବିଷ୍ଣୁ ଚରଣ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆର୍ଏସ୍ପି ଅଫିସର ସଂଘ ସଭାପତି ବିମଳ କିଶୋର ବିଶି ଓ ପୂର୍ବତନ ଉପମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ ଯୋଗ ଦେବା ସହ ମନ୍ଦିରର ପାଇଁ ଶୁଭ କାମନା କରିଥିଲେ ଏବଂ ଏହି ମନ୍ଦିର ସ୍ଥାପନ ଦ୍ୱାରା ଆଖପାଖ ଅଂଚଳର ଶ୍ରଦ୍ଧାଳୁ ପୁରୁଷୋତମ ପ୍ରଭୁ ଶ୍ରୀରାମ, ଲକ୍ଷ୍ଣଣ ଓ ଦେବୀ ସୀତାଙ୍କ ଦର୍ଶନ କରିପାରିବେ ବୋଲି କହିଥିଲେ ।

ଏହି ପରିପ୍ରେକ୍ଷୀରେ ରାଧାକୃଷ୍ଣ ମନ୍ଦିର କମିଟି ସଭାପତି ପ୍ରମୋଦ କୁମାର ରାଜ, ଉପସଭାପତି ନାରାୟଣ ଚନ୍ଦ୍ର ମହନ୍ତ ଓ ପ୍ରଦୀପ କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ସୁଶାନ୍ତ କୁମାର ପ୍ରଧାନ, ସଂପାଦକ ରାଜେନ୍ଦ୍ର ବେହେରା, ହେମନ୍ତ କୁମାର ବିଶ୍ୱାଳ ଓ କମଳାକାନ୍ତ ସାମଲ, ଲୋକସଂପର୍କ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଲକ୍ଷ୍ମଣ ପ୍ରଧାନ, ଯୁଗ୍ମ-କୋଷାଧ୍ୟକ୍ଷ ଶ୍ରୀହରି ବେହେରା, ସୁରେଶ ରାଉତ, ସତ୍ୟବାନ ପ୍ରଧାନ, ରାଜ କିଶୋର ମଙ୍ଗରାଜ, ପ୍ରଶାନ୍ତ ସାମଲ, ସନ୍ତୋଷ ପାଢୀ, ପ୍ରତାପ ମେକାପ. ପ୍ରତାପ ନନ୍ଦ, ପୂର୍ଣ୍ଣ ଚନ୍ଦ୍ର ଷଡଙ୍ଗୀ, ନିଗମାନନ୍ଦ ନାୟକ, ରଶ୍ମିରଂଜନ ସାହୁ, ଶୁକଦେବ ସାହୁ, ବାବୁଲି ସାହୁ, ପ୍ରମୋଦ ପ୍ରଧାନ, ବିଜୟ ନାୟକ, ସୂର୍ଯ୍ୟ ନାରାୟଣ ସ୍ୱାଇଁ, ନିଖିଳ କଳାକାର ପ୍ରଧାନ, ଲଡୁ କିଶୋର ବିଶ୍ୱାଳ, ପରୁଷୋତମ ବେହେରା, ବାବୁ ରଜନୀକାନ୍ତ, ସଂଜୟ ଲେଙ୍କା, ଅସୀତ ଦାସ, ଶିବରାମ ପୁହାଣ, ଚିତ୍ତରଂଜନ ସାହୁ, ଧବଳେଶ୍ୱର ବିଶା୍ୱଳ, ଅକ୍ଷୟ କୁମାର ସାହୁ, ନିରୋଜ ସାମଲ, ଦିଲିପ ସ୍ୱାଇଁ, ରାଜେନ୍ଦ୍ର ଗୈାଡ, ମନୋରଂଜନ ମହାନ୍ତି ବରିଷ୍ଠ ନାଗରିକ ଗୁରୁ ଚରଣ ନନ୍ଦ, ପୁରୁଷୋତମ ପ୍ରଧାନ, ମୋଚିରାମ ନାୟକ, ନିରୋଜ ସାମଲ ତଥା ଆଖପାଖ ଅଂଚଳର ବହୁ ମହିଳା ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ଦୁର୍ଯ୍ୟୋଧନ ସ୍ୱାଇଁ କର୍ତ୍ତା କାର୍ଯ୍ୟ ସଂପାଦନ କରିଥିବା ବେଳେ କମିଟି ସାଧାରଣ ସଂପାଦକ ସୁଶାନ୍ତ କୁମାର ପ୍ରଧାନ ମନ୍ଦିର ନିର୍ମାଣରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

By amfnews

Related Post