Mon. Mar 17th, 2025

ରାଫେଲ ଦୁର୍ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ

By amfnews Sep 12, 2018 #Featured
140 Views

ରାଉରକେଲା, ୧୨ା୯   :   ଜିଲା କଂଗ୍ରେସ ପକ୍ଷରୁ ସଭାପତି ରବି ରାୟଙ୍କ ନେତୃତ୍ୱରେ ଏଡିଏମ୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯାଇଥିଲା । ଦଳୀୟ କର୍ମୀମାନେ ଉଦିତନଗରର ଆମ୍ବେଦକର ଛକ ନିକଟରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇ ସେଠାରେ କେନ୍ଦ୍ର ସରକାରଙ୍କ ରାଫେଲ ଜେଟ୍ ବିମାନ କିଣାରେ କୋଟି କୋଟି ଟଙ୍କା ମୋଦି ସରକାର ଯେଉଁ ହଡପ କରିଛନ୍ତି ଏବଂ ସେହି ଅର୍ଥକୁ ଦଳୀୟ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଛନ୍ତି ତାକୁ କଂଗ୍ରେସ ଦଳ ବିରୋଦ କରୁଛି । ଏଥିପାଇଁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଯୁଗ୍ମ ପାର୍ଲିଆମେଣ୍ଟାରୀ କମିଟି ଗଠନ କରାଯାଇ ପ୍ରକୃତରେ କେତେ ଶହ କୋଟି ଟଙ୍କାର ହେରଫେର ହୋଇଛି ତାର ତଦନ୍ତ କରାଯାଇ ଜନସାଧାରଣ ଜାଣିପାରିବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଫେଲ ଜେଟ୍ ବିମାନ କିଣାରେ ଯେଉଁ ହେରଫେର ହୋଇଛି ସେ ବାବଦରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି ଆଲୋଚନାରେ ଜିଲା ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ପାଢୀ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଚିତ ସାମଲ, କୀର୍ତ୍ତନ ଦାସ, ବାସୁ ବାନାର୍ଜୀ, ଭାସ୍କର ଖିଲ୍ଲାର, ସନ୍ତୋଷ ତନ୍ତୀ, ଗଜେନ୍ଦ୍ର ତନ୍ତୀ, ଘନଶ୍ୟାମ ସୁନା, ହରିଶ ପାଣି, ଗିରିଜା ଶଙ୍କର ମିଶ୍ର, ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ, ଶିବୁ ଦୀପ, ଆର୍.ପି. ସିଂ, ମହିଳା କଂଗ୍ରେସ ନେତ୍ରୀ ନିରୂପମା ବଳିୟାରସିଂ, ବୁଲୁ ଦାସ, ସରୋଜ ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସେହିପରି ବ୍ଲକ୍ କଂଗ୍ରେସ ପକ୍ଷରୁ ଧୁସା ନାଏକ, ରଘୁ ଦାସ, ମନୁ ସାମଲ, ଫାରୁକ ଖାନ, ଛବି ଦାସ, ସୋଏବ ଅକତର, ସମରେଶ ସଂ, ରଜନୀ ପାତ୍ର ଓ ଏସ୍. ଟପ୍ପୋ ପ୍ରମୁଖ ବିକ୍ଷୋଭରେ ସାମିଲ୍ ହୋଇଥିବା ବେଳେ ଇନ୍ଦ୍ରମଣି ପଣ୍ଡା, ବନମାଳୀ ବିଶୋୟୀ, ପ୍ରସନ୍ନ ବଳିୟାରସିଂ, ଶିବୁ ସାହୁ, ଶିବୁ ଓରାମ, ରତିକାନ୍ତ ମଲ୍ଲିକ, ମହିଳାନେତ୍ରୀ ରଞ୍ଜିତା ମଲ୍ଲିକ, ଗୀତା ବେଜ, ଗାୟତ୍ରୀ ଦେବୀ, ବନଲତା ବେହେରା, ଅଜୟ ମନ୍ତ୍ରୀ, ଏମ୍ଡି ଇମାନ, ଏମ୍ଡି ସାହାବୁଦ୍ଦିନ, ପ୍ରଦୀପ ବେହେରା, ପ୍ରସନ୍ନ ବଳିୟାର ସିଂ, ସୌମ୍ୟରଞ୍ଜନ ନାଏକ, ଗୌତମ ଲେଙ୍କା, ସନ୍ଦୀପନ ମହାପାତ୍ର, ପ୍ରକାଶ ଜେନା ଓ ବି.ଏନ୍. ମହାନ୍ତିଙ୍କ ସମେତ ଅନ୍ୟମାନେ ପଦଯାତ୍ରାରେ ସାମିଲ୍ ଥିଲେ ।

By amfnews

Related Post