Mon. Nov 25th, 2024

ରାଫେଲ ଡିଲ ମାମଲାରେ କୌଣସି ନୂତନ ପିଟିସନରେ ଶୁଣାଣୀ କରିବେ ନାହିଁ ସୁପ୍ରିମକୋର୍ଟ

By amfnews Oct 29, 2018 #Featured
189 Views

ନୂଆଦିଲ୍ଲୀ, ଅକ୍ଟୋବର ୨୯ : ରାଫଲେ ଡିଲ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ପ୍ରକାର ନୂତନ ଶୁଣାଣୀ କରିବା ପାଇଁ ଆଜି ମନା କରି ଦେଇଛନ୍ତି । ଏହି ମାମଲାରେ ରୁଜୁ ହୋଇଥିବା ପିଟିସନକୁ ଆଜି ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଖାରଜ କରିଛନ୍ତି । ଅଦାଲତ କହିଛନ୍ତି କି, ପୂର୍ବରୁ ଆସିଥିବା ପିଟିସନରେ ଶୁଣାଣୀ ଚାଲିଛି ଏବେ ନୂତନ ପିଟିସନର କୌଣସି ଆବଶ୍ୟକତା ନାହିଁ ।

ତେବେ ଅକ୍ଟୋବର ୩୧ରେ ଏହି ମାମଲାରେ ଆଗାମୀ ଶୁଣାଣୀ କରାଯିବ । ରାଫେଲ ଚୁକ୍ତି ହେବା ପରେ ରାଜନୈତିକ ମାହୋଲ ଗରମ ଥିଲା । କଂଗ୍ରେସ ଲଗାତର ମୋଦୀ ସରକାରଙ୍କୁ ଆକ୍ରମଣ କରୁଥିଲା । କଂଗ୍ରେସ ଅଭିଯୋଗ ଆଣିଥିଲା ଯେ ଏହି ଚୁକ୍ତିରେ ଘୋଟାଲା ହୋଇଛି । କିନ୍ତୁ କେନ୍ଦ୍ର ସରକାର ଏହାକୁ ବାୟୁ ସେନାର କ୍ଷମତା ବୃଦ୍ଧି କରିବା ଏବଂ ରାଷ୍ଟ୍ରହିତ ପାଇଁ ଚୁକ୍ତି ହୋଇଛି ବୋଲି କହିଛନ୍ତି । ଅକ୍ଟୋବର ୨୭ରେ ପୀଠ କେନ୍ଦ୍ର ସରକାରଙ୍କ ଠାରୁ ଏହି ଚୁକ୍ତିର ସବିଶେଷ ବିବରଣୀ ମାଗି ଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଶୁଣାଣୀରେ ଅଦାଲତ କହିଥିଲେ ଯେ, ସେ ପ୍ରତିରକ୍ଷା ବାହିନୀର ଉପଯୁକ୍ତତା ବିଷୟରେ କୌଣସି ସନ୍ଦେହ କରୁ ନାହାଁନ୍ତି । କିମ୍ବା କୌଣସି ନୋଟିସ ଜାରି କରୁ ନାହାଁନ୍ତି । ଅଦାଲତା କେବଳ ନିଷ୍ପତି ନେବା ପ୍ରକ୍ରିୟାର ବୈଧତା ଯାଂଚ୍ କରିବେ । କଂଗ୍ରେସ ଅଭିଯୋଗ ଆଣିଥିଲା ଯେ, ସରକାର ୧୬୭୦ କୋଟି ପ୍ରତି ବିମାନ ପିଛା ଖର୍ଚ୍ଚ କରି ଚୁକ୍ତି କରିଛନ୍ତି । ଯାହାକୁ ଗତ ସରକାରଙ୍କ ସମୟରେ ଏହାର ଦାମ୍ ୫୨୬ କୋଟି ଥିଲା ।

By amfnews

Related Post