Sat. Nov 2nd, 2024

ରାଫେଲ ଚୁକ୍ତି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି କଲେ ରାହୁଲ

By amfnews Oct 11, 2018 #Featured
209 Views

Khabar Odisha:rafale-deal-anil-ambani-nirmala-sitharaman-congress-rahul-gandhi-modi-govt
ନୂଆଦିଲ୍ଲୀ, ଅକ୍ଟୋବର ୧୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଫେଲ ଡିଲରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ମାମଲାରେ ମୋଦୀଙ୍କ ନାମ ଆସୁଥିବାରୁ ସେ ଏହା ଦାବି କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଏହି ଚୁକ୍ତି ମାଧ୍ୟମରେ ମୋଦୀ ଅନୀଲ ଅମ୍ବାନୀଙ୍କ ପକେଟକୁ ୩୦ହଜାର କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫ୍ରାନ୍ସ ଗସ୍ତକୁ ନେଇ ସେ ପ୍ରଶ୍ନ କରିଛନ୍ତି । ମୋଦୀ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରକୁ ଆସିଥିଲେ । କିନ୍ତୁ ଏବେ ସେ ନିଜେ ଦୁର୍ନୀତି ଜାଲରେ ଫସିଛନ୍ତି । ସେ ଏହି ମାମଲାରେ ନିଜ ମତ ରଖିବା ଆବଶ୍ୟକ । ଯଦି ସେ ଏହା ଉପରେ ଚୁପ ରହୁଛନ୍ତି ତେବେ ଇସ୍ତଫା ଦେଇ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ରାଫେଲ ଡିଲ ସାଧାରଣ ଭାବେ ପ୍ରତିରକ୍ଷା ବିଭାଗର ଏକ ଦୁର୍ନୀତି ମାମଲା । ଏହାକୁ ବୁଝିବା ଏବେ ସହଜ ହୋଇ ଯାଇଛି । ଧୀରେଧୀରେ ସମସ୍ତ ଗୁପ୍ତ ବୁଝାମଣା ସାମ୍ନାକୁ ଆସିବାରେ ଲାଗିଛି । କଂଗ୍ରେସ ଜେପିସି କରିବା ପାଇଁ ଦାବି କରୁଥିଲା । କିନ୍ତୁ ବିଜେପି ପଛଘୁଂଚା ଦେଉଛି । ମୋଦୀ ଦେଶର କୃଷକ, ଯୁବକ ଏବଂ ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

By amfnews

Related Post