Mon. Nov 25th, 2024

ରାଫେଲ ଚୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

By amfnews Nov 14, 2018 #Featured
132 Views

ନୂଆଦିଲ୍ଲୀ, ନଭେମ୍ବର ୧୪: କେନ୍ଦ୍ର ସରକାର ବାୟୁସେନା ପାଇଁ ୩୬ଟି ରାଫେଲ ବିମାନ ଚୁକ୍ତିର ମୂଲ୍ୟ ସମ୍ବନ୍ଧରେ ଯେଉଁ ବନ୍ଦ ଲଫାପା ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି, ଆଜି ନ୍ୟାୟାଳୟ ସେହି ଲଫାପାକୁ ଯାଂଚ କରିବେ । ପ୍ରଧାନ ବିଚାରପତି ରଂଜନ ଗୋଗାଇ, ନ୍ୟାୟମୂର୍ତି ଏସକେ କୋଲ ଏବଂ ନ୍ୟାୟମୂର୍ତି ଏମ ଜୋସେଫଙ୍କୁ ନେଇ ଗଠିତ ପୀଠ ଆଜି ଏହାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ଯେଉଁଥିରେ ଯାଚିକାକର୍ତା ମଧ୍ୟ ଦଲିଲ ହେବେ । ଯାଚିକାକର୍ତା ଏହି ଚୁକ୍ତିକୁ ଅଦାଲତଙ୍କ ତତ୍ୱାବଧାନରେ ଯାଂଚ କରିବାକୁ ଆବେଦନ କରିଥିଲେ ।

ରାଫେଲ ବିମାନ ଚୁକ୍ତି ସମ୍ବନ୍ଧରେ ଅଦାଲତର ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଗତ ସୋମବାର ସମସ୍ତ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ୨୦୧୩ରେ ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟାର ପାଳନ ଅନୁସାରେ ଏହି ଚୁକ୍ତି ହୋଇଛି ବୋଲି ଦସ୍ତାବିଜରେ ହୁହା ଯାଇଛି । ଚୁକ୍ତି ପାଇଁ ପ୍ରତିରକ୍ଷା କ୍ରୟ ପରିଷଦର ମଞ୍ଜୁରୀରେ ନିଆ ଯାଇଥିଲା ଏବଂ ଭାରତ ଫ୍ରାନସିସ୍ ସହ ୧ବର୍ଷ ଧରି ବାର୍ତାଳାପ ମଧ୍ୟ କରିଥିଲା । ଏଥିପାଇଁ ୭୪ଟି ବୈଠକ ମଧ୍ୟ ହୋଇ ସାରିଛି । ଚୁକ୍ତି ସ୍ୱାକ୍ଷରିତ କରିବା ପୂର୍ବରୁ ମନ୍ତ୍ରୀମଣ୍ଡଳ ସୁରକ୍ଷା ସମିତି ଠାରୁ ମଧ୍ୟ ମଞ୍ଜୁରୀ ନେଇଥିଲା ବୋଲି ଦସ୍ତାବିଜରେ କୁହା ଯାଇଥିଲା ।

ସୂଚନାଯୋଗ୍ୟ କି, ଏହା ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ନିକଟରେ ରାଫେଲ ଚୁକ୍ତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିଥିଲେ । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନାୟାଧୀଶ ରଞ୍ଜନ ଗୋଗେଇ କେନ୍ଦ୍ର ଠାରୁ ନିର୍ଣ୍ଣୟ ନେବା ପ୍ରକ୍ରିୟା ସମ୍ବନ୍ଧିତ ବିସ୍ତୃତ ସୂଚନା ମାଗିଥିଲେ । ଏହି ଚୁକ୍ତିରେ ଯୁଦ୍ଧ ବିମାନ ଦାମକୁ ନେଇ ବିପକ୍ଷ ଦଳ ଆରମ୍ଭରୁ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି ଆସୁଛନ୍ତି ।

By amfnews

Related Post