Sun. Nov 24th, 2024

ରାଫେଲ୍ ଚୁକ୍ତି ନେଇ ‘ଦାସୋ’ର ସ୍ପଷ୍ଟୀକରଣ, ରିଲାଏନ୍ସକୁ ନିଜେ ବାଛିଥିଲା କଂପାନି

By amfnews Sep 23, 2018 #Featured
181 Views

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲର ଭାରତୀୟ ପାର୍ଟନର ଚୟନକୁ ନେଇ ଚାଲିଥିବା ବିବାଦରେ ନୂଅା ମୋଡ଼। ରାଫେଲର ପାର୍ଟନର ହେବା ଲାଗି ଅନିଲ ଅମ୍ବାନିଙ୍କ ରିଲାଏନସ ଡିଫେନ୍ସ ନାଁ ଭାରତ ସରକାର ସୁପାରିଶ କରିଥିବା ନେଇ ଗତକାଲି ବୟାନ ଦେଇଥିଲେ ପୂର୍ବତନ ଫ୍ରାନ୍‌ସ ରାଷ୍ଟ୍ରପତି ଫ୍ରାନସୁଅା ଓଲାନ୍ଦ ।ତେବେ ଫ୍ରାନସ ସରକାର ଅାଜି ତାଙ୍କ ବୟାନକୁ ଖଣ୍ଡନ କରିଛନ୍ତି। ଭାରତୀୟ ପାର୍ଟନର ଚୟନ ଲାଗି ରାଫେଲ ନିର୍ମାତା ଦାସୋକୁ ପୁରା କ୍ଷମତା ଥିଲା। ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଫ୍ରାନ୍‌ସ ସ୍ପଷ୍ଟ କରିଛି।ସେହିପରି ଦାସୋ ପକ୍ଷରୁ ମଧ୍ୟ ବିବାଦକୁ ନେଇ ସ୍ପଷ୍ଟୀକରଣ ଦିଅାଯାଇଛି । କମ୍ପାନୀ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏହି ଚୁକ୍ତି ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ପ୍ରୋସିଜ୍ୟୋର ଓ ମେକ୍ ଇନ୍ ଇଣ୍ଡିଅା ପଲିସି ଅନ୍ତର୍ଗତ ହୋଇଛି। ଦାସୋ ଏଭିଏସନ ହିଁ  ନିଜ ଇଛା ଅନୁସାରେ ରିଲାଏନ୍ସ ଗ୍ରୁପକୁ ନିଜ ପାର୍ଟନର ବାଛିଥିବା କଂପାନି ସ୍ପଷ୍ଟ କରିଛି।

ସେପଟେ ଓଲାନ୍ଦଙ୍କ ମନ୍ତବ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଦୃଢ଼ ଭାବେ ଖଣ୍ଡନ କରାଯାଇଥିଲା। ଓଲାନ୍ଦଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତିରକ୍ଷା ମନ୍ତ୍ରାଳୟ ଏହାର ସତ୍ୟତା ଯାଞ୍ଚ କରୁଛି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ ସଫେଇ ଦେଇଛନ୍ତି।

ସେପଟେ ପୂର୍ବତନ ରାଷ୍ଟ୍ରପତି ଫ୍ରାଁସୁଅା ହଲାଣ୍ଡେଙ୍କ ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦି ମୁହଁ ଖୋଲନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ରାଫେଲ୍ ଡିଲ୍ ସଂପର୍କରେ ହଲାଣ୍ଡେ ଯେଉଁ ବୟାନ ଦେଇଛନ୍ତି ତାହା ସତ ନା ମିଛ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ରାହୁଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହାପୂର୍ବରୁ ରାହୁଲ୍ ଟ୍ୱିଟ୍ କରିଥିଲେ ଯେ, ଅନୀଲ ଅମ୍ବାନୀଙ୍କ ସହ ମିଶି ଦେଶର ସୁରକ୍ଷା ବାହିନୀ ଉପରେ ମୋଦି ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦଙ୍କୁ ନେଇ ଫ୍ରାନ୍ସରେ ବିବାଦ ରହିଛି। ଖାସ୍ କରି ରାଫେଲ ଡିଲ୍ ହେବାର ମାତ୍ର ଦୁଇ ଦିନ ଅାଗରୁ  ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓଲାନ୍ଦଣ୍ଡଙ୍କ ପାର୍ଟନର ତଥା ଅଭିନେତ୍ରୀ ଓ ନିର୍ମାତା ଜୁଲି ଗେଜେଙ୍କ ସହ ଏକ ଫିଲ୍ମ ନିର୍ମାଣ ନେଇ ଚୁକ୍ତି କରିଥିଲା।

ସେ ଦୃଷ୍ଟିରୁ ରାଫେଲ ଡିଲ୍ ହେବା ପରେ ଓଲାନ୍ଦଙ୍କର କନ୍‌ଫିକ୍ଟ ଅଫ୍ ଇଣ୍ଟରେଷ୍ଟ ଅଛି ନା ନାହିଁ ସେନେଇ ବୟାନ ଛାପିଥିବା ମ୍ୟାଗାଜିନ୍ ତରଫରୁ ତାଙ୍କ ମତାମତ ନିଅାଯାଇଥିଲା।

By amfnews

Related Post