Tue. Mar 10th, 2026

ରାତି ଅଧ ଯାଏ ସଂସଦରେ ଥିଲେ ସାଂସଦ

194 Views

ନୂଆଦିଲ୍ଲୀ  : ଟିକିଏ କଥାରେ ହଟ୍ଟଗୋଳ ପାଇଁ ସଂସଦରେ ଗୃହ ମୁଲତବୀ ହୋଇଯାଏ। ଯାହାକୁ ନେଇ ସଂସଦରେ ସାଂସଦଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଏ। ହେଲେ ଗତକାଲି ଅଧ ରାତି ଯାଏ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦ ଚାଲିଥିଲା। ଯାହାକି ବିରଳ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ।

ସବୁଠୁ ବଡ଼ କଥା ହେଲା ଗତକାଲି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଦେଇଥିବା ଅନୁଦାନ ବାବଦରେ ଆଲୋଚନା ହୋଇଥିଲା। ଗତକାଲି ଅପରାହ୍ନରେ ଏହି ଆଲୋଚନା ଆରମ୍ଭ ହୋଇଥିଲା। ଏହି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ୧୦୦ରୁ ଅଧିକ ସାଂସଦ ଭାଗ ନେଇଥିଲେ। ସାଂସଦମାନେ ଆଲୋଚନା ବେଳେ ଏମିତି କାମରେ ମଜିଯାଇଥିଲେ ଯେ ରାତି ୧୧ଟା ୫୮ ମିନିଟ୍ ଯାଏ ସଂସଦ ଚାଲିଥିଲା।

ସୂଚନା ରହିଛି କି ଦୀର୍ଘ ୧୮ ବର୍ଷ ପରେ ବିଳମ୍ୱିତ ରାତି ଯାଏ ସଂସଦ ଚାଲିଥିଲା। ଲୋକସଭାର ବାଚସ୍ପତି ବିଳମ୍ୱିତ ରାତ୍ରିଯାଏ ଗୃହ ଚଳାଇଥିବାରୁ ସଂସଦୟୀ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ତାଙ୍କୁ ଧନ୍ୟବାଦ ଦେଇଥିଲେ।

By amfnews

Related Post