Fri. Mar 6th, 2026

ରାତି ଅଧରେ ପ୍ରେମିକା ଡାକରାରେ ଯାଇଥିଲେ ତା’ ଘରକୁ, ହେଲେ ସେଠାରେ…

237 Views

ଅନୁଗୋଳ : ପ୍ରେମ ମାନେନା ବନ୍ଧ ବାଡ଼ କି ସମାଜର ଆକଟ। ସବୁ ଜାଣି ମଧ୍ୟ ପ୍ରେମରେ ଉବୁଟୁବୁ ହେଉଥିବା ଯୋଡ଼ି ଏହାର ପରିଣାମ ବିଷୟରେ ଭାବିବାକୁ ଭୁଲି ଯାଇଥାନ୍ତି । ବିବାହିତ ହୋଇ ମଧ୍ୟ ଲୁଚାଚୋରା ପ୍ରେମ କରି ଏହାର ପରିଣାମ ଭୋଗିଛନ୍ତି ଅନୁଗୁଳର ଜଣେ ଯୁବକ।

ରାତି ଅଧରେ ପ୍ରେମିକା ଡାକରା ପାଇ ତା’ ଘରକୁ ଯାଇଥିବା ବେଳେ ଖାଇବାକୁ ପଡ଼ିଛି ଛୁରା ମାଡ଼।  ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଗତକାଲି ଘଟିଥିବା ଏପରି ଘଟଣାରେ ଗୁରୁତର ଯୁବକଜଣକ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହଣ୍ଡପା ଥାନା ବଡ଼ହୁଲା ଗାଁର ବନମାଳି ଗୋଛାୟତଙ୍କ ପୁଅ ଅଜିତ ଗୋଛାୟତ ଜରପଡ଼ାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି । ସେ ବିବାହିତ ହୋଇଥିବାବେଳେ ବଇଷଣା ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଯୁବତୀଙ୍କ ନିର୍ବନ୍ଧ ହୋଇଥିବା ସତ୍ତ୍ୱେ ସେ ବିବାହ କରିବାକୁ ଅରାଜି ଥିଲେ । ତେଣୁ ନିଜ ମନ କଥା ଜଣାଇବା ପାଇଁ ପ୍ରେମିକା ଗତକାଲି ଅଜିତଙ୍କୁ ଫୋନ କରି ଡକାଇଥିଲେ ।

ରାତିରେ ଅଜିତ ଚାକିରିକୁ ଯାଉଥିବା କହି ଘରୁ ଗୋଡ଼ କାଢ଼ିଥିଲେ। ହେଲେ ପହଞ୍ଚିଥିଲେ ପ୍ରେମିକା ଘରେ।  ସେଠାରେ କିନ୍ତୁ ଯୁବତୀଙ୍କ  ପରିବାର ଲୋକେ  ଅଜିତଙ୍କୁ ଦେଖି  ଉତ୍ତ୍ୟକ୍ତ ହୋଇପଡିଥିଲେ । ଅଜିତ ବିବାହିତ ହୋଇଥିବାବେଳେ ଝିଅକୁ ନିଜ ପ୍ରେମ ଜାଲରେ ଫସାଇ ତା’ ବିବାହ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ସେମାନେ  ଉତକ୍ଷିପ୍ତ ହୋଇ ଉଠିଥିଲେ। ଏହାପରେ ଅଜିତଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ କରିବାକୁ ଲାଗିଲେ।

ଖବର ପାଇ ଅଜିତଙ୍କ ପତ୍ନୀ ଓ ଭାଇ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏ ନେଇ ହଣ୍ଡପା ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ କେ ଗିରଫ ହୋଇ ନ ଥିବା ଜଣାଯାଇଛି।

By amfnews

Related Post