Sat. Mar 7th, 2026

ରାତିରେ ଭୋଜି କରି ଖାଇଲେ, ସକାଳୁ ମିଳିଲା ମୃତଦେହ

144 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡି ଛକ ନିକଟରେ ଥିବା ସୁଗୁନା ଫୁଡ୍ସ ଗେଷ୍ଟ ହାଉସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳର ଦେବୀପ୍ରସାଦ ଚମ୍ପତିରାୟ।  ସେ ସୁଗୁନା ଫୁଡ୍ସ କମ୍ପାନୀରେ ସୁପରଭାଇଜର ଭାବେ ଭଦ୍ରକରେ କାମ କରୁଥିଲେ । ତାଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଦେବୀପ୍ରସାଦ ଷ୍ଟାଫମାନଙ୍କ ସହ ମିଶି ଗେଷ୍ଟ ହାଉସ୍‌ରେ ଭୋଜି କରୁଥିଲେ। ତେବେ ଆଜି ସକାଳେ ତାଙ୍କ ମୃତଦେହ ଗେଷ୍ଟ ହାଉସ୍‌ରେ ପଡ଼ିଥିବା ଜଣେ କର୍ମଚାରୀ ଦେଖିଥିଲେ। ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତଙ୍କ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post