Thu. Dec 26th, 2024

ରାଜ୍ୟ ସରକାରଙ୍କ ବଡ ଘୋଷଣା, କରୋନା ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ ୭୫୦୦ ଟଙ୍କା

By amfnews Jul 21, 2020 #Featured
147 Views

ଭୁବନେଶ୍ୱର, ଜୁଲାଇ ୨୦ : କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ରାଜ୍ୟ ସରକାର କଲେ ବଡ଼ ଘୋଷଣା । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଦାହ ପାଇଁ ସରକାର ଦେବେ ୭୫୦୦ ଟଙ୍କା । ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତଙ୍କ ମୃତଦେହକୁ ଅସମ୍ମାନ ପରେ ସରକାର ଏଭଳି ନିଷ୍ପତି ନେଇଥିବା ଜଣାପଡିଛି।

ଏଣିକି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ସତ୍କାର କଲେ ମିଳିବ ଆର୍ଥିକ ରାଶି । ପ୍ରତି ଶବଦାହ ପିଛା ୭ ହଜାର ୫୦୦ ଟଙ୍କା ଯୋଗାଇ ଦେବେ ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଥିଲା । କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ମୃତଦେହ ପାଖ ମାଡ଼ୁନଥିବା ବି ଅଭିଯୋଗ ହେଉଛି । କରୋନା ପାଇଁ ଲୋକେ ଭୁଲୁଛନ୍ତି ମାନବିକତା । ତେବେ ସରକାରଙ୍କ ଏହି ଘୋଷଣା କରୋନା ରୋଗୀଙ୍କ ମୃତଦେହ ସତ୍କାର କ୍ଷେତ୍ରରେ ସଂସ୍କାର ଆଣିବ ବୋଲି ରାଜ୍ୟସରକାର ଆଶା ରଖିଛନ୍ତି ।

By amfnews

Related Post