Mon. Jan 13th, 2025

ରାଜ୍ୟସଭାରେ ବିଲ ଉପସ୍ଥାପନ କରିବାକୁ ଡର ଲାଗିଥିଲା: ଶାହା

By amfnews Aug 12, 2019 #Featured
126 Views

ନୂଆଦିଲ୍ଲୀ  : ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ଉପସ୍ଥାପନ କରିବାକୁ ମନରେ ଡର ଲାଗିଥିଲା | ରାଜ୍ୟସଭାରେ କିଭଳି ଏହି ବିଲ ପାରିତ ହେବ ସେ ନେଇ ଶଙ୍କା ଥିଲାବୋଲି ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି | ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଶାହା କହିଛନ୍ତି ଯେ ଏହି ବିଲ ଉପସ୍ଥାପନ ହେବା ପରେ ସଂସଦ କିଭଳି ଚାଲିବ ସେ ନେଇ ମନରେ ଭୟ ରହିଥିଲା | ଶାହା କହିଥିଲେ ଯେ ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା କଲେ ହେବ ବୋଲି ମୋ ମନରେ ଭୟ ଥିଲା |

କିନ୍ତୁ ରାଜ୍ୟସଭାରେ ଭେଙ୍କେୟା ନାଇଡୁ ଏହାକୁ କୁଶଳତାର ସହ ଗୃହକୁ ପରିଚାଳନା କରିଥିଲେ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଯେ ସମ୍ବିଧାନର ୩୭୦ ଧାରାରେ ଜମ୍ମୁ ଓ କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ସେ ଅଞ୍ଚଳରେ ଆତଙ୍କବାଦର ଅବସାନ ଘଟାଇବା ସହ ପ୍ରଗତିକୁ ବାଟ କଢ଼ାଇବ। ଏଠାରେ ସୂଚନା ଥାଉ କି ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ-୨୦୧୯ ଗୃହୀତ ହୋଇଥିଲା ।

ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ରାଜ୍ୟସଭାରେ ଆଗତ କରିଥିଲେ । ଏହି ବିଲ ଆଇନରେ ପରିଣତ ହେବା ପରେ ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ ଓ ଲଦାଖ ଏକ କେନ୍ଦ୍ର ଶାସିତ ଅଂଚଳ ହେବ । ବିଲ ସପକ୍ଷରେ ୧୨୫ ଓ ବିପକ୍ଷରେ ୬୧ଟି ଭୋଟ ପଡିଥିଲା ।

By amfnews

Related Post