Tue. Mar 10th, 2026

ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ହାଇକୋର୍ଟ ବାର୍ ଆସୋସିଏସନରେ ମିଳିତ ବୈଠକ ଜାରି

161 Views

କଟକ : ଆଜି ହାଇକୋର୍ଟ ବାର୍ ଆସୋସିଏସନରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକ ଜାରି ରହିଥିବାର ସୂଚନା ମିଳିଛି। ଏଥିରେ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ, ହାଇକୋର୍ଟଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେଉଥିବା ଜଣାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଇନଜୀବୀ ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିବା ଜଣାଯାଇଛି। ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ହାଇକୋର୍ଟ ବାର୍ ଅସୋସିଏସନ୍ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି (ଅକ୍ଟୋବର ୧୮)ରେ ରାଜ୍ୟସ୍ତରରେ ଆଇନଜୀବୀମାନେ ସମସ୍ତ କୋର୍ଟ ବର୍ଜନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅକ୍ଟୋବର ୧୬ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅକ୍ଟୋବର ୨୧ ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

By amfnews

Related Post