Sun. Nov 17th, 2024
301 Views

ମୋନାଲିସ ପରିଡା

ଫଟୋଗ୍ର।ଫି ଏକ ପୁରୁଷ ପ୍ରଧାନ କଳା ଭାବରେ ଗହଣୀୟ ହୋଇଥିଲେ ମଧ୍ୟ ଭାରତରେ କେତେକ ମହିଳା ଏଥିରେ ଦକ୍ଷତା ହାସଲ କରିବାର ପ୍ରମାଣ ରହିଛି । ସେମାନଙ୍କ ମଧ୍ୟରେ ୧୯୧୩ ମସିହାରେ ବମ୍ବେରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତି ହୋମାଇ ଭୟାରାୱାଲା ହେଉଛନ୍ତି ସର୍ବପ୍ରଥମ । ସେ ୧୯୩୦ ମସିହାରୁ ଜଣେ ପେଷାଦାର ଫଟୋଗ୍ରାଫର ଭାବରେ କାର୍ଯ୍ୟକରି ୧୯୩୦ ମସିହାରେ ଅବସର ଗ୍ରହଣ କରିବା ପରେ ୨୦୧୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶ୍ରୀମତି ହୋମାଇ ଭୟାରାୱାଲା

ଭାରତର ଅନ୍ୟାନ୍ୟ ମହିଳା ଫଟୋଗ୍ରାଫର ହେଲେ ରଥିକ ରାମସାମୀ, ଦୟାନୀତା ସିଂ, ସୋନି ତାରାପୋରେଭାଲା, ରୋନିକା କାନ୍ଧାରୀ, ଶୀବା ଛାଛି ଓ ଲତିକା ନାଥ । ହିନ୍ଧୀ ଚଳଚିତ୍ରର ପ୍ରକ୍ଷାତ ଅଭିନେତ୍ରୀ ଶ୍ରୀମତି ୱାହିଦା ରହେମାନ ମଧ୍ୟ ଜଣେ ଫଟୋଗ୍ରାଫର ଭାବରେ ସୁନାମ ଅର୍ଜନ କରିଥିଲେ ମଧ୍ୟ ସେ ଜଣେ ସୁଦକ୍ଷ ଅଭିନେତ୍ରୀ ଭାବରେ ପରିଚିତ ହୋଇଥିବାରୁ ଫଟୋଗ୍ରାଫି କଳାରେ ଥିବା ତାଙ୍କ ଦକ୍ଷତା ସଂକର୍ପରେ ଜନସାଧାରଣ ବିଷେସ ଆଭାସ ପାଇପାରିନଥିଲେ । ନିକଟରେ ସାପ୍ତାହିକ ‘ଆଉଟ୍ ଲୁକ୍‌’ ପତ୍ରିକାରେ ୱାହିଦାଙ୍କ ଫଟୋଗ୍ରାଫି କଳା ସଂପର୍କରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ପ୍ରକାଶିତ ହେବାପରେ ବିକ୍ଷାତ ଚଳଚିତ୍ର ନିର୍ଦ୍ଧେଶକ ଶ୍ରୀ ଓ.ପି ନାୟାରଙ୍କ ଧର୍ମପତ୍ନୀ ଶ୍ରୀମତି ୱାହିଦା ରହେମାନଙ୍କ ଫଟୋଗ୍ରାଫି କଳା ସଂପର୍କରେ ବହୁ ସଂଖ୍ୟକ ପାଠକପାଠିକା ଜାଣିବାରେ ସୁଯୋଗ ପାଇଛନ୍ତି ।

ଫଟୋଗ୍ରାଫି ଏକ କଷ୍ଟସାଧ୍ୟ କଳା ଭାବରେ ପରିଗଣିତ ହେଉଥିବାରୁ ଏବଂ ଆମ ରାଜ୍ୟରେ ଏହି କଳାରେ ମହିଳାମାନଙ୍କୁ ବିଶେଷ ଉତ୍ସାହିତ କରାଯାଉନଥିବାରୁ ଓଡ଼ିଶାରେ କୋଚିତ ମହିଳା ଫଟୋଗ୍ରାଫି କଳା ପ୍ରତି ଆଗ୍ରହ ଦେଖାଯାଉନଥିବା ପରିଲକ୍ଷିତ ହେଉଥିଲେ ମଧ୍ୟ ଶ୍ରୀମତି ସ୍ୱାତି ମହାପାତ୍ର ହେଉଛନ୍ତି ଏଦିଗରେ ଏକ ଉଲ୍ଲେଖ୍ୟ ଯୋଗ୍ୟ ବ୍ୟତିକ୍ରମ । ଏମ୍ ବିଏ ଶିକ୍ଷା ସମାପ୍ତି ପରେ ସ୍ୱାତି ‘ବାଇଓ ଟେକ୍‌’ ନାମକ ଏକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିଥିବା ଓଡ଼ିଆ ଝିଅ ସ୍ୱାତି ହେଉଛନ୍ତି ସୁପରିଚିତା ଅଧ୍ୟାପିକା ତଥା ରାଜ୍ୟ ମହିଳା ଲୋକସଭା ଅୟୋଗର ପ୍ରଥମ ସଦସ୍ୟା ଅଧ୍ୟାପିକା ନିଳୀମା ମିଶ୍ର ଓ ବିଶିଷ୍ଠ ସମାଜସେବୀ ସ୍ୱର୍ଗତ ସୋମନାଥ ମହାପାତ୍ରଙ୍କ କନ୍ୟା ।

ରାଜ୍ୟର ପ୍ରଥମ ମହିଳା ଫଟୋଗ୍ରାଫର ସ୍ୱାତିଙ୍କର ଏକକ ଫଟୋ ପଦର୍ଶନୀ ରାଜଧାନୀ ସ୍ଥିତ ଲଳିତ କଳା ଏକାଡ଼େମିରେ ପଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ପଦର୍ଶନୀରେ ସର୍ବମୋଟ ୪୫ଗୋଟି ରଙ୍ଗିନ୍ ଫଟୋ ପଦର୍ଶିତ ହୋଇଛି ସେଥିମଧ୍ୟରୁ କେବଳ ୭ଗୋଟି ଚିତ୍ର ଚିଲିକାର ପକ୍ଷୀମାନଙ୍କ ଉପରେ ଆଧାରିତ ହୋଇଥିଲେ ମଧ୍ୟ ଅବଶିଷ୍ଠ ଚିତ୍ର ଗୁଡ଼ିକ ହିମାଳୟ, ଲାଦାଖ, ମଶୁରୀ, କାଶ୍ମୀର ଉପତ୍ୟାକା, ନେପାଳ, ଶିକିମ୍‌, ହିମାଞ୍ଚଳ ପ୍ରଦେଶ, ମେଘାଳୟ ପ୍ରଭୃତିର ପ୍ରାକୃତିକ ଆକର୍ଷକ ପ୍ରକୃତିର ଦୃଶ୍ୟ ସହିତ ଥାଇଲ୍ୟାଣ୍ଡ ଓ ମଧ୍ୟପ୍ରାଚ୍ୟ ଦେଶ ସମୂହର ଆନେକଗୁଡ଼ିଏ ବୈଚିତ୍ରମୟ ପ୍ରାକୃତିକ ଦୃଶ୍ୟ ଶ୍ରୀମତି ମହାପାତ୍ରଙ୍କ ପଦର୍ଶନୀରେ ସ୍ଥାନ ପାଇଛି ।

( ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଙ୍କ ସହ ସ୍ଵାତି ମୋହାପାତ୍ର )

( ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକ,  ଚିତ୍ରଶିଳ୍ପୀ ଓ ଐତିହାସିକ ଶ୍ରୀ ଜଗନ୍ନାଥ ପ୍ରସାଦ ଏବଂ ଅଭିନେତା ତଥା ନିର୍ଦ୍ଧେଶକ ଶ୍ରୀ ଅନନ୍ତ ମୋହାପାତ୍ରଙ୍କ ସହ ସ୍ଵାତି )

(ଶିଳ୍ପଦ୍ୟୋଗୀ ସ୍ଵାମୀ ଗୌରୀ ଶଙ୍କର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଚିତ୍ରଶିଳ୍ପୀ ସାଇ କଲ୍ୟାଣୀ ଓ ଫୋଟୋଗ୍ରାଫର ପ୍ରଫୁଲ୍ଲ ଚନ୍ଦ୍ର ଧୀର)

(ବିଖ୍ୟାତ କଣ୍ଠଶିଳ୍ପୀ ଶ୍ରୀ ପ୍ରଣବ ପଟ୍ଟନାୟକ ଓ ତାଙ୍କ ସହଧର୍ମୀଣୀ କସ୍ତୁରୀକ ପଟ୍ଟନାୟକ ଓ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ)

“A RENDEZVOUS WITH NATURE”  ‘ଏ ରେଣ୍ଡଭସ୍ ଉଇଥ୍ ନେଚର’ ଶିର୍ଷକ ଏହି ଫଟୋ ପଦର୍ଶନୀକୁ ଲୋକସଭା ସଦସ୍ୟ ଶ୍ରୀ ପୀନାକି ମିଶ୍ର ଜାନୁଆରୀ ୧୮ ତାରିଖ ଦିନ ଉଦ୍‌ଘାଟନ କରିଥିଲେ ଏହି ଉଦ୍ ଘାଟନ ଉତ୍ସବରେ ପୂର୍ବତନ ରାଷ୍ଟଦୂତ ତଥା ବିଶିଷ୍ଟ କବି ଶ୍ରୀ ଅବସର ବେଉରିଆ ଏବଂ କଲିକତାର ସୁନାମ ଧନ୍ୟ ଫଟୋଗ୍ରାଫର ଶ୍ରୀ ରାଜ ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆକାଶ ବାଣୀ କଟକର ପୂର୍ବତନ ନିର୍ଦ୍ଧେଶକ ଶ୍ରୀ ଦୀପକ ସାମନ୍ତରାୟ ଏହି ଉତ୍ସବର ସଂଯୋଜନା କରିଥିଲେ । ଜାନୁଆରୀ ୨୩ ତାରିଖ ଦିନ ସମାପ୍ତ ହେବାକୁ ଥିବା ଏହି ଫଟୋ ପଦର୍ଶନୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଏହି ଫଟୋ ପଦର୍ଶନୀକୁ ଦେଖି ଉଚ୍ଚ ପ୍ରସଂଶା କରିବା ସହ ଏଭଳି ଫଟୋ ପଦର୍ଶନୀ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ ।

ଇତି ମଧ୍ୟରେ ପ୍ରଖ୍ୟାତ ସଂଗିତଜ୍ଞ ଶ୍ରୀ ପ୍ରଣବ ପଟ୍ଟନାୟକ, ରାଜ୍ୟ ମହିଳା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତି କସ୍ତୁରିକା ପଟ୍ଟନାୟକ, ପ୍ରକ୍ଷାତ ଚିତ୍ରଶିଳ୍ପୀ କବି, ଐତିହାସିକ ଓ ଅବସରପ୍ରାପ୍ତ ପ୍ରଶାସକ ଶ୍ର୍ରୀ ଜଗନ୍ନାଥ ପ୍ରସାଦ ଦାସ ଓ ପ୍ରକ୍ଷାତ ଫଟୋଗ୍ରାଫର ଶ୍ରୀ ପ୍ରଫୁଲ ଚନ୍ଦ୍ର ଧୀର, ବିଶିଷ୍ଠ ନିର୍ଦ୍ଧେଶକ ଶ୍ରୀ ଅନନ୍ତ ମହାପାତ୍ର ଏବଂ ଆସୋସିଏଟେଡ଼୍ ମିଡ଼ିଆ ଫାଉଂଡ଼େସନର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉଚ୍ଚ ପ୍ରସଂଶା କରିଥିଲେ । ସମୟ ଓ ସୁଯୋଗର ପରିବର୍ତ୍ତନ ହେଉଥିବାରୁ ରାଜ୍ୟର ଅଧିକ ପରିମାଣର ଛାତ୍ରୀ ମହିଳା ସାମ୍ବାଦିକ ଏବଂ ପ୍ରକୃତି ପ୍ରେମୀ ମହିଳା ମାନେ ଫଟୋ ଗ୍ରାଫିକୁ ଅଧିକ ଲୋକପ୍ରିୟ କରାଇ ନିଜେ ପତିଷ୍ଠା ଲାଭ କରିବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

By amfnews

Related Post