Thu. Mar 12th, 2026

‘ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି’

151 Views

ଭୁବନେଶ୍ୱର : ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭ ପ୍ରିତଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ଓ ରାଜ୍ୟରେ ଓବିସି କମିଶନ ନିଯୁକ୍ତି ନ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ। ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜି ଅଭୟଙ୍କୁ ଭେଟିଲା ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କମିଶନ।

ସେପଟେ ରାଜ୍ୟ ବିଜେପିର ଏକ ଟିମ ମଧ୍ୟ କମିଶନ ଅଧ୍ୟକ୍ଷଙ୍କୁ ଭେଟି ରାଜ୍ୟରେ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ରାଜ୍ୟ ଉପରେ ଚାପ ପକାଇବାକୁ ଦାବି କରିଛି। ବିଭିନ୍ନ ସଂଗଠନର କର୍ମକର୍ତ୍ତା ବି ଆଜି କମିଶନଙ୍କୁ ଭେଟିଛନ୍ତି।

ସେପଟେ କମିଶନଙ୍କ ମନ୍ତବ୍ୟକୁ ନେଇ ରାଜନୀତି ମଧ୍ୟ ତେଜିଛି। ବିଜେଡି କହିଛି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରୁଥିବା ବେଳେ କମିଶନ ଏକଥା ଜାଣିପାରୁନାହାନ୍ତି କେମିତି? କଂଗ୍ରେସ ମଧ୍ୟ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏଥର ଜନଗଣନା ବେଳେ ଓବିସିଙ୍କ ଗଣନା ପାଇଁ ରାଜ୍ୟ ସରକାରଙ୍କ ଦାବି ପରେ କମିଶନଙ୍କ ଏ ଗସ୍ତ ବେଶ ମହତ୍ତ୍ୱ ବହନ କରୁଛି।

By amfnews

Related Post