Fri. Mar 6th, 2026

ରାଜ୍ୟରେ 1215 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 332 କରୋନା ରୋଗୀ ଚିହ୍ନଟ

280 Views

ଭୁବନେଶ୍ୱର, ଜୁଲାଇ ୨୮ : ଆଜି ରାଜ୍ୟରେ ପୁଣି ଆଉ 1215 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 753 କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 462 ସ୍ଥାନୀୟ ସଂକ୍ରମଣ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 332, ଅନଗୁଳରୁ 11, ବାଲେଶ୍ଵରରୁ 29, ବରଗଡ଼ରୁ 10, ଭଦ୍ରକରୁ 2, ବଲାଙ୍ଗିରରୁ 21, ବୌଦ୍ଧରୁ 2, କଟକରୁ 60, ଦେବଗଡ଼ରୁ 1, ଢେଙ୍କାନାଳରୁ 1, ଗଜପତିରୁ 89, ଜଗତସିଂହପୁରରୁ 47, ଯାଜପୁରରୁ 20, ଝାରସୁଗୁଡ଼ାରୁ 2, କଳାହାଣ୍ଡିରୁ 8, କନ୍ଧମାଳରୁ 14, କେନ୍ଦ୍ରାପଡ଼ାରୁ 14, କେଉଁଝରରୁ 77, ଖୋର୍ଦ୍ଧାରୁ 312, କୋରାପୁଟରୁ 73, ମାଲକାନାଗିରିରୁ 14, ମୟୁରଭଞ୍ଜରୁ 22, ନୟାଗଡ଼ରୁ 7, ନୂଆପଡ଼ାରୁ 8, ପୁରୀରୁ 11, ରାୟଗଡ଼ାରୁ 24, ସୋନପୁରରୁ 2, ସୁନ୍ଦରଗଡ଼ରୁ 2 ଜଣ ରହିଛନ୍ତି।

ଏହି କ୍ରମରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 28,107କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରୁ 10,545 ଆକ୍ଟିଭ୍ କେସ୍ ଥିବା ବେଳେ 17,373 ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

By amfnews

Related Post