Sun. Nov 24th, 2024

ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଶିକ୍ଷକ ଆବଶ୍ୟକ

By amfnews Nov 14, 2019 #Featured
An illustration is a decoration, designed for integration in published media, such as posters, Stickers, magazines, books, teaching materials, animations, video games and films. Book Titles and Book Stories.
194 Views

ଭୁବନେଶ୍ୱର : ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ବୋଲି ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ଖାଲି ପଡ଼ିଥିବା ଶିକ୍ଷକ ପଦ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯଦି ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରାଯାଏ, ତେବେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ହେବେ। ସମଗ୍ର ଶିକ୍ଷା ଅଧୀନରେ ସମୁଦାୟ ୯୨ ହଜାର ୩୩୭ଟି ଶିକ୍ଷକ/ଶିକ୍ଷା ସହାୟକ ପଦ ଅନୁମୋଦିତ ହୋଇଛି। ସେଥିମଧ୍ୟରୁ ଖାଲିଥିବା ୧୪ ହଜାର ୮୭ଟି ପଦ ପୂରଣ ପାଇଁ ୨୦୧୬-୧୭ ମସିହାରେ ବିଜ୍ଞାପନ ହୋଇପାରି ନାହିଁ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ୪ ହଜାର ଉଚ୍ଚ ବିଦ୍ୟାଳୟରେ ୨୫୮୫ ପ୍ରଧାନ ଶିକ୍ଷକ, ୪୪୫୨ ଶିକ୍ଷକ, ୧୦୬୯ ସଂସ୍କୃତ ଶିକ୍ଷକ, ୧୮୧୨ ହିନ୍ଦୀ ଶିକ୍ଷକ ଓ ୧୧୬୫ ଶିକ୍ଷକ ପଦ ଖାଲି ରହିଛି। ସେହିପରି ୨୦୮୬ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୪୩୦ଟି ପ୍ରଧାନ ଶିକ୍ଷକ, ୧୯୩୦ ଟିଜି ଶିକ୍ଷକ, ୨୦୨ଟି ସଂସ୍କୃତ ଶିକ୍ଷକ, ୨୧୨ ହିନ୍ଦୀ ଶିକ୍ଷକ ଓ ୧୧୯ ପିଇଟି ଶିକ୍ଷକ ପଦ ଖାଲି ପଡ଼ିଛି। ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ସରକାରୀ ସ୍କୁଲ୍‌ରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦ ପୂରଣ ହୋଇପାରୁ ନାହିଁ। ସରକାରୀ ବିଦ୍ୟାଳୟର ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ପଦ ପୂରଣ ଲାଗି ଏବେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ସମ୍ପର୍କରେ ଜିଲ୍ଲାଗୁଡ଼ିକୁ ମଗା ଯାଇଛି। ସେହିପରି ବେସରକାରୀ ପଦ ପୂରଣ ନିମନ୍ତେ ନିୟମ ସଂଶୋଧନ ସରକାରଙ୍କ ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

By amfnews

Related Post