122 Views
ଭୁବନେଶ୍ବର, ଡିସେମ୍ବର ୧୮ : ରାଜ୍ୟରେ ଗତ ମାସକ ମଧ୍ୟରେ ୧୧ଶହ କୋଟି ଟଙ୍କାର ଜିଏସଟି (ଗୁଡ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ଠକେଇ ଧରାପଡ଼ିଥିବା ଜିଏସଟି ସୂଚନା (ଡିଜିଜିଆଇ) ଅତିରିକ୍ତ ମହାନିର୍ଦ୍ଦେଶକ ଜଣାଇଛନ୍ତି ।
ସେ କହିଛନ୍ତି, ଗତ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୫୦ରୁ ଅଧିକ ଜିଏସଟି ମାମଲାର ପଦାକୁ ଆସିପାରିଛି । ଏହା ମଧ୍ୟରେ ଜଣେ ବ୍ୟକ୍ତି ପ୍ରାୟ ୧୦ଟି ନକଲି ଫାର୍ମ ଜରିଆରେ ୩୭୦ କୋଟି ଟଙ୍କାର ଠକେଇ କରିଥିବା ମାମଲା ମଧ୍ୟ ଅନ୍ତର୍ଭୁକ୍ତ ।
ଜାଲ୍ ଇନଭଏସ ଜରିଆରେ ୪୦ କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ରାଉରକେଲାର ସନ୍ତୋଷ କୁମାର ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ୩ ବର୍ଷରେ ମୋଟ ୨୮୧ଟି ମାମଲା ହୋଇଥିବା ବେଳେ ୧୧ଜଣଙ୍କୁ ଗିରଫ କରାଯାଇଛି ।
୨୦୧୯-୨୦ରେ ୧୧୫ଟି ମାମଲାରେ ୬୧୮ କୋଟି ୨୮ ଲକ୍ଷ ଟଙ୍କା ଓ ୨୦୧୮-୧୯ରେ ୧୧୦ଟି ମାମଲାରେ ୯୦୦ କୋଟି ୫୧ ଲକ୍ଷ ଟଙ୍କାର ଠକେଇ ପଦାକୁ ଆସିଛି । ଗତ ତିନି ବର୍ଷରେ ମୋଟ ୧୭୪୪.୧୮ କୋଟିର ଜିଏସଟି ଜାଲିଆତି ହୋଇଛି ।