Sat. Mar 7th, 2026

ରାଜ୍ୟରେ ବ୍ୟାପୁଛି ଡେଙ୍ଗୁ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ସ୍ଥିତି ଉଦବେଗଜନକ

300 Views

ଭୁବନେଶ୍ୱର , ଜୁନ ୭:ଡରାଇଲାଣି ଡେଙ୍ଗୁ। ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବ୍ରଜ କିଶୋର ବ୍ରହ୍ମା ସୂଚନା ଦେଇଛନ୍ତି। ଶ୍ରୀ ବ୍ରହ୍ମାଙ୍କ ସୂଚନାନୁସାରେ, ଚଳିତବର୍ଷ ୨୦ ହଜାର ରକ୍ତ ନମୁନାରୁ ୪୮ଟି ପଜିଟିଭ ଚିହ୍ନଟ ହୋଇଛି। ଯାହା ଗତବର୍ଷ ୧୦ ହଜାର ନମୁନାରୁ ୪୫ଟି ପଜିଟିଭ୍ ଚିହ୍ନଟ ହୋଇଥିଲା। ତେବେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଏହି ରୋଗରେ ଅଧିକ ପ୍ରଭାବିତ ଥିବା ସେ କହିଛନ୍ତି । ଏବର୍ଷ ଜିଲ୍ଲାରେ ୮ଟି ନମୁନା ପଜିଟିଭ୍ ମିଳିଛି। ସେହିପରି ରାଜଧାନୀରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଶ୍ରୀ ବ୍ରହ୍ମା ସ୍ୱୀକାର କରିଛନ୍ତି।

ପ୍ରକାଶ ଥାଉ କି,  ଭୁବନେଶ୍ୱରର ଜଣେ ମହିଳା ୨ ଦିନ ପୂର୍ବରୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ତାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ଏହା ସହ ମହିଳାଙ୍କର ଜଣେ ଯାଆ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବର୍ଷ ଆରମ୍ଭ ହେବା ପରେ ଡେଙ୍ଗୁରେ ଏହା ପ୍ରଥମ ମୃତ୍ୟୁ ହୋଇଥିବା ଜଣାପଡିଛି । ଡେଙ୍ଗୁ ମୃତ୍ୟୁ ପରେ ରାଜଧାନୀରେ ଆତଙ୍କ ଖେଳି ଯାଇଛି ।

By amfnews

Related Post