Sat. Jun 7th, 2025

ରାଜ୍ୟରୁ ଗାୟବ୍ ହେଉଛନ୍ତି ଗୋଟିଏ ପରେ ଗୋଟିଏ ନାବାଳିକା, ପୋଲିସ୍ ର ହାତ ଖାଲି

By amfnews Apr 5, 2021 #Featured
280 Views

ବଲାଙ୍ଗିର, ଏପ୍ରିଲ ୫ : ରାଜ୍ୟରେ ଶିଶୁ ଚୋରି ଓ ଶିଶୁ ନିଖୋଜ ଘଟଣା ଏବେ ପୁରା ରାଜ୍ୟବାସୀଙ୍କ ଚିନ୍ତା ବଢାଇଥିବା ବେଳେ ସବୁଠାରୁ ବିଡମ୍ବନାର କଥା ହେଉଛି ଯେ ପିଲା ନିଖୋଜ ହେବା ମାମଲାରେ ରାଜ୍ୟ ପୋଲିସ୍ ର ନିଷ୍କ୍ରିୟତା । ଏବେ ରାଜ୍ୟରୁ ଗାୟବ୍ ହେବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ପିଲା ବିଶେଷ କରି ନାବାଳିକା ମାନେ ନିଖୋଜ ହେଉଥିବା ବେଳେ ପୋଲିସ୍ ର ହାତ ଖାଲି ।

ମାସ ମାସ ବିତିଗଲା ପରେ ବି ରାଜ୍ୟ ପୋଲିସ୍ ପାଇପାରୁନି ନିଖୋଜ ପିଲା ମାନଙ୍କ ସନ୍ଧାନ । ବର୍ତମାନ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଜି ଥାନା ଅନ୍ତର୍ଗତ ପଟେଲ କଲୋନୀରେ । 

ଏହି ଅଞ୍ଚଳର ଲିଜାରାଣୀ ନାମକ ଜଣେ ଆଦିବାସୀ ନାବାଳିକା ଦୀର୍ଘ ମାସେ ହେବ ନିଖୋଜ ହୋଇ ଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ୍ ଏହି ମାମଲାର ଟେର ପାଇପାରୁନି । ଲିଜାରାଣୀଙ୍କ ମା’ ବାରମ୍ବାର ଥାନାକୁ ଦୌଡି ଦୌଡି ମଧ୍ୟ ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଉନଥିବା ଅଭିଯୋଗ ହେଉଛି । 

ନାବାଳିକା ଜଣଙ୍କ ଦୀର୍ଘ ଦିନରୁ ଗାୟବ୍ ହେବା ପରେବି ପୋଲିସ୍ ଲିଜାରାଣୀଙ୍କୁ ଖୋଜିବା ବଦଳରେ ଓଲଟା ତାଙ୍କ ପରିବାର ଲୋକଙ୍କୁ ର୍ଦୁବ୍ୟବହାର କରୁଥିବା ଲିଜାରାଣୀଙ୍କ ମା’ ଅଭିଯୋଗ କରିଛନ୍ତି ଏବଂ ଝିଅକୁ ଖୋଜିବା ଦିଗରେ ପୋଲିସ୍ କିଛି ତ୍ୱରିତ ପଦକ୍ଷପ ନନେଲେ ଲିଜାରାଣୀଙ୍କ ମା’ ଆତ୍ମହତ୍ୟା କରିବେ ବୋଲି ଧମକ୍ ଦେଇଥିବା ସୂଚନା ମିଳିଛି ।

By amfnews

Related Post