Wed. Jan 15th, 2025

ରାଜ୍ୟପାଳଙ୍କ ବିମାନ,ହେଲିକପ୍ଟର ଗସ୍ତର ହିସାବ ମାଗିଲେ ରାଜ୍ୟ ସରକାର

By Manas Jul 5, 2018 #Featured
215 Views

ଭୁବନେଶ୍ୱର, ଜୁଲାଇ ୦୫: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱତନ୍ତ୍ର ଜେଟ୍ ବିମାନ ଓ ହେଲିକପ୍ଟର ଦ୍ୱାରା ନୂଆଦିଲ୍ଲୀ, ନିଜ ଗୃହନଗରୀ ହରିୟାଣାର ସିରସାକୁ ଗସ୍ତ କରିଛନ୍ତି। ଯାହାର ଭଡା ବାବଦକୁ ବିଲ୍ ହୋଇଛି ୪୬ ଲକ୍ଷ ୧୮ ହଜାର ଟଙ୍କା । ତେବେ ଏହି ବିମାନ ଓ ହେଲିକପ୍ଟର ଭଡା ବାବଦକୁ ନେଇ ଏବେ ବିବାଦ ଉପୁଜିଛି। ରାଜ୍ୟ ସରକାର ଏ ନେଇ ରାଜଭବନକୁ ଚିଠି ଲେଖି ୟୁଜର୍ସ ସାର୍ଟିଫିକେଟ୍ ଦାଖଲ କରିବା ସହ ରାଜ୍ୟପାଳଙ୍କ ଗସ୍ତର କାରଣ ଜଣାଇବାକୁ କହିଛନ୍ତି ।

ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏସମ୍ପର୍କୀତ ଏକ ଚିଠି ଲେଖି ରାଜ୍ୟପାଳ କେଉଁ ପରିସ୍ଥିତି ଓ କାରଣରେ ଗସ୍ତ କରିଥିଲେ ସେ ନେଇ ଜଣାଇବାକୁ କୁହାଯାଇଛି। ଚିଠିରେ ବିଲ୍ ସମ୍ପର୍କରେ ଦର୍ଶାଯାଇଛି ଯେ, ଗତ ଜୁନ ୧୦ରେ ରାଜ୍ୟପାଳ ସ୍ୱତନ୍ତ୍ର ଜେଟ୍ ସାହାଯ୍ୟରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ଏବଂ ଜୁନ ୧୩ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ। ଯାହାର ବିଲ୍ ହୋଇଛି ୪୧ ଲକ୍ଷ ୧୮ ହଜାର ୮୦୦ ଟଙ୍କା । ସେହିପରି ନୂଆଦିଲ୍ଲୀରୁ ହରିଆଣାର ସିରସାକୁ ଯିବା ଆସିବା ପାଇଁ ରାଜ୍ୟପାଳ ଶ୍ରୀ ଲାଲ ହେଲିକପ୍ଟର ବ୍ୟବହାର କରିଥିଲେ। ଯାହାର ଭଡା ବାବଦକୁ ବିଲ୍ ଆସିଛି ୫ ଲକ୍ଷ ଟଙ୍କା। ତେଣୁ ଏହି ଚିଠିରେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ରାଜ୍ୟପାଳଙ୍କ ଦସ୍ତଖତ ଥାଇ ୟୁଜର୍ସ ସାର୍ଟିଫିକେଟ ସହ ଗସ୍ତର କାରଣ ସମ୍ପର୍କରେ ଜଣାଇବାକୁ କୁହାଯାଇଛି।

ଅପରପକ୍ଷରେ ରାଜ୍ୟପାଳଙ୍କ ଗସ୍ତର କାରଣ ତଲବ କରିବାକୁ ନେଇ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଣ ଏପରି କାରଣ ପଚରାଯାଏ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

By Manas

Related Post