Wed. Dec 25th, 2024

ରାଜସ୍ଥାନ ସିଏମଓ ଓ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ୧୦ ଜଣ କରୋନା ଆକ୍ରାନ୍ତ, ବୈଠକ ବାତିଲ କଲେ ଗେହଲଟ

By amfnews Aug 28, 2020 #Featured
151 Views

ଜୟପୁର, ଅଗଷ୍ଟ ୨୮ : ରାଜସ୍ଥାନ ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ପ୍ରସ୍ତାବିତ ବୈଠକ ବାତିଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନିବାସରୁ ୧୦ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ସିଏମଓ କାର୍ଯ୍ୟାଳୟ ଓ ନିବାସରୁ ୧୦ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପସ୍ତାବିତ ବୈଠକ ବାତିଲ କରିଦେଇଛନ୍ତି ।

କରୋନା ପଜିଟିଭ ଚିହ୍ନଟ ୧୦ ଜଣଙ୍କ ମଧ୍ୟରେ ୯ ଜଣ ସିଏମଓ କାର୍ଯ୍ୟାଳୟ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କ ନିବାସରୁ ଅଛନ୍ତି । ଏଥି ସହିତ ରାଜସ୍ଥାନରେ କରୋନା ପଜଟିଭ ସଂଖ୍ୟା ୭୫ହଜାର ୩୦୩ରେ ପହଂଚିଛି । ଏଥିରୁ ଗୁରୁବାର ୬୩୩ ଜଣ ନୂଆ ଆକ୍ରାନ୍ତ ଥିଲେ ।

By amfnews

Related Post