Fri. Dec 27th, 2024

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରୁ ମିଳିତ ଭାବରେ ନିର୍ବାଚନ ଲଢି ପାରନ୍ତି ଏସପି-ବିଏସପି

By amfnews Oct 27, 2018 #Featured
104 Views

ଲକ୍ଷ୍ନୌ, ଅକ୍ଟୋବର ୨୭  :୨୦୧୯ ଲୋକସଭା ନିର୍ବାଚନକୁ ନେଇ ଉତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମିଳିତ ମେଂଟ କରିବେ ବୋଲି ସୂଚନା ମିଳିଛି । ଏହି ଦୁଇ ଆଂଚଳିକ ଦଳ ଉତରପ୍ରଦେଶ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ମଧ୍ୟ ମିଳିତ ମେଂଟ କରିବୋ ବୋଲି ବାର୍ତାଳାପ ଚାଲିଛି । ତେବେ ଦୁଇ ଦଳର ଶୀର୍ଷ ନେତୃତ୍ୱ କିଛି ଦିନ ପରେ ନିଷ୍ପତି ନେବେ ବୋଲି କୁହା ଯାଉଛି ।

ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି କି, ସେ ପ୍ରଥମରୁ ଜିଜିପି ସହ ମେଂଟ କରି ସାରିଛନ୍ତି ଏବଂ ମଧ୍ୟପ୍ରଦେଶ, ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ବିଏସପି ସହ ଗଠବନ୍ଧନ କରିବା ପାଇଁ ବାର୍ତାଳାପ ଚଲାଇଛନ୍ତି । ସେହି ସମୟରେ ଏସପିର ନେତାମାନେ ମଧ୍ୟପ୍ରଦେଶ ନିର୍ବାଚନ ଲଢିବା ପାଇଁ ଏସପି, ବିଏସପି ଏବଂ ଜିଜିପି ସହ ବାର୍ତାଳାପ ସରିଛି ବୋଲି କହିଛନ୍ତି । ତେବେ ତିନି ଦଳର ଶୀର୍ଷ ନେତୃତ୍ୱ ଗଠବନ୍ଧନର ଅନ୍ତିମ ନିଷ୍ପତି କରିବେ ।

ସୂଚନାନୁଯାୟୀ, ଏସପି ୧୦ଟି ସିଟରେ ନିଜ ପାର୍ଥୀ ଘୋଷଣା କରି ସାରିଛି ଏବଂ ପାଖାପାଖି ୩୦ଟି ସିଟରେ ପାର୍ଥୀ ଘୋଷଣା କରିବ । ସେହି ସମୟରେ ମଧ୍ୟପ୍ରଦେଶରେ ବିଏସପି ୨୮ଜଣ ପାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ୨୩୧ ବିଧାନସଭା ସିଟରେ ରାଜ୍ୟ ପାଇଁ ଏପର୍ଯ୍ୟନ୍ତ ୫୦ ପାର୍ଥୀଙ୍କ ଘୋଷଣା ହୋଇ ସାରିଛି । ସେହିଭଳି ଭାବରେ ଛତିଶଗଡରେ ମଧ୍ୟ ବିଏସପି ଏବଂ ଏସପି ମଧ୍ୟରେ ମେଂଟ ହୋଇ ପାରେ ବୋଲି ସୂଚନା ମିଳିଛି ।

By amfnews

Related Post