Tue. Dec 24th, 2024

ରାଜସ୍ଥାନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ବିଜେପିର ପ୍ରତିବାଦ, ଜୟପୁରର ପ୍ରଦେଶ ଅଧ୍ୟକ୍ଷ ଗିରଫ

By amfnews Oct 5, 2020 #Featured
143 Views

ରାଜସ୍ଥାନ, ଅକ୍ଟୋବର ୦୫ : ହାଥରସ ଗଣଦୁଷ୍କର୍ମ ପରେ ରାଜସ୍ଥାନର ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି  । ବାସ୍ତବରେ ରାଜସ୍ଥାନର ବାରାନରେ ହୋଇଥିବା ବଳାତ୍କାର ଘଟଣାକୁ ବିରୋଧ କରି ରାଜରାସ୍ତାରେ ବିଜେପି ପ୍ରତିବାଦ ଜଣାଇଛି  । ଜୟପୁରର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ରାଜ୍ୟସରକାରଙ୍କ ବିରୋଧରେ ନାରାବାଜି କରିବାରୁ ପୋଲିସ ପୁନିଆଙ୍କୁ ଗିରଫ କରିଛି ।

ପରେ ବିଜେପି କର୍ମୀ ଏବଂ ଜୟପୁର ପୋଲିସ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ବିଜେପିର ଏକ ଦଳ ବାରାନ ଯାଇ ପୀଡିତାଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି  ।

ସୂଚନାଯୋଗ୍ୟ, ରାଜସ୍ଥାନର ବାରାନରେ ଦୁଇ ନାବାଳିକା ଭଉଣୀଙ୍କୁ ସହ ବଳାତ୍କାର ଅଭିଯୋଗ ସାମ୍ନାକୁ ଆସିଛି । ସେପ୍ଟେମ୍ବର 19ରେ ଘରୁ ଉଭୟେ ନିଖୋଜ ହୋଇଯାଇଥିଲେ ପରେ ସେପ୍ଟେମ୍ବର 22ରେ ତାଙ୍କୁ କୋଟାରୁ ଉଦ୍ଧାର କରାଯାଇଥିଲା। ସାନ ଭଉଣୀ ଜଣକ କହିଛନ୍ତି ଯେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ନାଲ୍କା ଷ୍ଟେସନକୁ ନେଇ ଯାଇଥିଲେ ଏବଂ ପରେ ସକାଳ ଆଠଟାରେ ସେଠାରୁ ଜୟପୁରକୁ ନେଇଥିଲେ। ପ୍ରଥମ ସେହି ବ୍ୟକ୍ତି ଦୁଇଜଣ ତାଙ୍କୁ ବଳାତ୍କାର କରିଥିଲେ। ଏହା ପରେ ଆଉ ଦୁଇ ତିନି ଜଣ ଲୋକ ବଳାତ୍କାର କରିଥିଲେ।

ପରେ ଯେତେବେଳେ ସେହି ଦୁଷ୍କର୍ମକାରୀମାନେ ଜୟପୁରରୁ କୋଟାକୁ ଫେରି ନାବାଳିକାଙ୍କ ବାପାଙ୍କୁ ଫୋନରେ ସେସବୁ କହି ଧମକ ଦେଇଥିଲେ  । ଥାନାରେ ମାମଲା ରୁଜୁ କରିବା ପରେ ତାଙ୍କୁ ହତ୍ୟା କରାଯିବ ବୋଲି ବାରମ୍ବାର ଧମକ ଦିଆଯାଇଥିଲା। ଏହି ମାମଲାରେ ପୋଲିସ ମଧ୍ୟ ତତ୍ପରତା ଦେଖାଉନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥି ସହିତ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେଉଛନ୍ତି  ।

By amfnews

Related Post