Sat. Mar 7th, 2026

ରାଜପଥ କଡ଼ରୁ ହାତଗୋଡ଼ ବନ୍ଧା ମହିଳାଙ୍କ ଶବ ଉଦ୍ଧାର

291 Views

ଯାଜପୁର,ଅକ୍ଟୋବର,୨୩ : ମଙ୍ଗଳବାର ସକାଳେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭାକୁଡ଼ ଛକ ନିକଟସ୍ଥ ୫ (କ) ଜାତୀୟ ରାଜପଥ ପାର୍ଶ୍ୱରୁ ଜଣେ ମହିଳାଙ୍କର ହାତଗୋଡ଼ ବନ୍ଧା ଶବ ମିଳିଛି।

ସକାଳ ପ୍ରାୟ ୭ଟା ସମୟରେ କିଛି ଲୋକ ରାଜପଥ ପାର୍ଶ୍ୱରେ ଉଠିଥିବା ଅରମାରୁ ଜାଳେଣି ସଂଗ୍ରହ କରୁଥିବା ବେଳେ ଉକ୍ତ ମହିଳାଙ୍କ ଶବ ଦେଖିଥିଲେ। ଖବର ଦିଆଯିବା ପରେ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଛନ୍ତି। ଗଳିତ ଶବଟି ଚାରି କିଂବା ପାଞ୍ଚ ଦିନ ତଳର ହେବ ବୋଲି ପୁଲିସ ଅନୁମାନ କରୁଛି।

ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ବ୍ୟବଚ୍ଛେଦ ନିମନ୍ତେ ପୁଲିସ ଶବକୁ ବଡ଼ଚଣା ମେଡିକାଲ୍‌ରେ ରଖିଛି।

By amfnews

Related Post