Mon. Dec 30th, 2024
213 Views

ପ୍ରଶାନ୍ତ ପଟ୍ଟନାୟକ

ଆମ ଦେଶ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଏବଂ ଏହାର ନିର୍ବାଚନ ଗୁଡ଼ିକରେ ବହୁ ରାଜନୈତିକ ଦଳ ଅଂଶଗ୍ରହଣ କରିଥାଏ । ସମ୍ପ୍ରତି ଭାରତର ୧୭ଶହ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଏହି ନିର୍ବାଚନରେ ମୁଖ୍ୟତଃ ଜାତୀୟ ରାଜନୈତିକ ଦଳ ଭାବରେ ପରିଚିତ ଓପ୍ରତିଷ୍ଠିତ କଂଗ୍ରେସ ଓ ବିଜେପି ବ୍ୟତୀତ ବିଭିନ୍ନ ପ୍ରଦେଶରେ ବହୁ ପ୍ରାନ୍ତିୟ ଦଳ ଅଂଶ ଗ୍ରହଣ କରୁଛନ୍ତି । ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ରାଜନୈତିକ ଦଳଗୁଡ଼ିକ ଉପରେ ବ୍ୟୟର କଟକଣା ରହିଥିଲେ ମଧ୍ୟ କୌଣସିଟି ରାଜନୈତିକ ଦଳ ଏହି କଟକଣାକୁ ମାନୁନଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି ।

ଆମ ଦେଶର ମୁଖ୍ୟ ନିର୍ବାଚନ କମିଶନ ନିରପେକ୍ଷ ଓ ସ୍ୱାଧିନ ନିର୍ବାଚନ କରିବା ଲାଗି ଆହ୍ୱାନ ଦେଉଥିବା ସ୍ଥଳେ ରାଜନୈତିକ ଦଳଗୁଡ଼ିକ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିଲା ଭଳି ପରିଲକ୍ଷିତ ହୁଏନାହିଁ । ଅଧିକାଂଶ ରାଜନୈତିକ ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ଉପଦେଶ ବା ପରାମର୍ଶ ଅନୁଯାୟୀ କାର୍ଯ୍ୟ କରୁନଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପକୁ ରୋକିବା ବା ନିୟନ୍ତ୍ରଣ କରିବାର ଶକ୍ତି ବା ଅଧିକାର ମୁଖ୍ୟନିର୍ବାଚନ କମିଶନଙ୍କ କ୍ଷମତା ପରିଶରରେ ଭୁକ୍ତ୍ୟ ହୋଇନଥିବାରୁ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଏକ ସାଧାରଣ ଘଟଣାରେ ପରିଣତ ହେଉଛି ।

ଯେଉଁମାନେ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି ସେମାନଙ୍କୁ କେବଳ ସାବଧାନ କରାଇଦେବା କମିଶନଙ୍କ କାର୍ଯ୍ୟକଳାପ ମଧ୍ୟରେ ସୀମିତ । ମାତ୍ର ସେମାନଙ୍କୁ ଦଣ୍ଡ ଦେବାର ଅଧିକାର କମିଶନଙ୍କ କ୍ଷମତା ବର୍ହିଭୁତ ହୋଇଥିବାରୁ କମିଶନ ଅନେକ ସମୟରେ ଅସହାୟ ହୋଇପଡ଼ୁଥିବା ଦେଖାଯାଇଥାଏ । କାରଣ ଆଦର୍ଶ, ଆଚରଣ ବିଧି ଉଲଙ୍ଘନ ବା ତାହାକୁ କେନ୍ଦ୍ରକରି ସୃଷ୍ଟି ହେଉଥିବା ବାଦବିବାଦର ସମାଧାନ କରିବାର କ୍ଷମତା କେବଳ ଅଦାଲତଙ୍କ ହାତରେ ଥିବାରୁ କମିଶନ ଅସହାୟ ହୋଇପଡ଼ୁଥିବା ସ୍ୱାଭାବିକ ।

ନିର୍ବାଚନ କରାଇବା ଲାଗି ସମସ୍ତ ଖର୍ଚ୍ଚ ରାଷ୍ଟ୍ର ବହନ କରୁଥିବାରୁ ପ୍ରଥମ ତିନିଗୋଟି ସାଧାରଣ ନିର୍ବାଚନ ବାବଦରେ ଦେଶକୁ ୧୦କୋଟି ଟଙ୍କା ଲେଖାଏଁ ବେୟ କରିବାକୁ ପଡ଼ିଥିଲା ଏହାପରେ ହୋଇଥିବା ନିର୍ବାଚନ ଗୁଡ଼ିକ ପାଇଁ ୧୦୦କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ୧୯୮୪-୮୫ ମସିହାରେ ହୋଇଥିବା ଅଷ୍ଟମ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କରାଯାଇଥିଲା । ମାତ୍ର ୧୯୯୬ ମସିହାରେ ହୋଇଥିବା ଏକାଦଶ ସାଧାରଣ ନିର୍ବାଚନ ବେଳକୁ ଏହି ଖର୍ଚ୍ଚ ବୃଦ୍ଧି ପାଇ ୫୦୦କୋଟିରେ ଏବଂ ୨୦୦୪ରେ ହୋଇଥିବା ସାଧ।।ରଣ ନିର୍ବାଚନ ସମୟକୁ ଏହି ବ୍ୟୟ ୧୦୦୦କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୧୪ ମସିହାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଏହି ବ୍ୟୟ ତିନିଗୁଣ ବୃଦ୍ଧି ପାଇ ୩ହଜାର ୮୭୦କୋଟିରେ ପହଞ୍ଚିଥିଲା ।

ଅବାଧ ଓ ସ୍ୱଚ୍ଛ ନିର୍ବାଚନ ନିମନ୍ତେ ନିର୍ବାଚନ ଆଚରଣ ବିଧି ଅନୁସରଣ କରିବା ଲାଗି ବ୍ୟବସ୍ଥା ରହିଛି ଏବଂ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଆଇନ୍ ଅନୁଯାୟୀ ବ୍ୟୟକୁ ସୀମିତ ରଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ୨୦ଲକ୍ଷ ଏବଂ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବୋଚ୍ଚ ୫୪ଲକ୍ଷରୁ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିବାର ସୀମା ନିର୍ଦ୍ଧାରଣ କରାଯାଇଛି । ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନର ୯୦ଦିନ ମଧ୍ୟରେ ସମସ୍ତ ହିସାବ ପତ୍ର ଦାଖଲ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଏଥିରେ ଖିଲାପ କଲେ ଜନପ୍ରତିନିଧି ଆଇନ୍ ୧୯୫୧ (ଜରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧବଗ୍ଧସକ୍ଟଦ୍ଭ କ୍ଟଲ ଗ୍ଧଷର କ୍ଟ୍ରରକ୍ଟ୍ରକ୍ଟକ୍ଷର ଇମଗ୍ଧ,୧୯୫୧) ଅନୁଯାୟୀ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି ।

ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଯେଉଁ ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି ତାହା ସେମାନେ କେଉଁଠାରୁ ଆଣୁଛନ୍ତି ଏବଂ ନିଭଳିଭାବେ ବ୍ୟୟ କରୁଛନ୍ତି ତାହାର ପ୍ରମାଣ ଦେବାର ଆବଶ୍ୟକତା ନଥିବାରୁ ଏବଂ ପ୍ରାର୍ଥୀମାନଙ୍କ ବ୍ୟୟ ଉପରେ ସୀମା ଧାର୍ଯ୍ୟ କରାଯାଇଥିବା ସ୍ଥଳେ ରାଜନୈତିକ ଦଳଗୁଡ଼ିକର ଆୟ ବା ବ୍ୟୟ ଉପରେ କୌଣସି ସୀମା ନିର୍ଦ୍ଦାରଣ କରାଯାଇନଥିବାରୁ ସାଧାରଣତଃ ଶିଳ୍ପପତି, ପୁଞ୍ଜିପତି, କଳାବଜାରି ଏବଂ ଅସାମାଜି ବ୍ୟକ୍ତିମାନଙ୍କ ଠାରୁ ବିପୁଳ ପରିମାଣର ଚାନ୍ଦା ଆଦାୟ ହେଉଥିବା କାହାରିକୁ ଅଛପା ନାହିଁ ।

ଏହି ପରିପ୍ରେକ୍ଷିରେ ଭାରତ ଭଳି ଏକ ପ୍ରଗତିଶୀଳ ରାଷ୍ଟ୍ରରେ ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ହେଲେ ସରକାର ସମସ୍ତ ରାଜନୈତିକ ଦଳକୁ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରଚାର ସାମଗ୍ରି ଏବଂ ଅନ୍ୟାନ୍ୟ ସୀମିତ ବ୍ୟୟ ବହନ କଲେ ଆମ ଦେଶରୁ ର୍ଦୁନିତି ଭ୍ରଷ୍ଟାଚାର ଓ ହିଂସାକାଣ୍ଡ ଅନାୟାସରେ ଲୋପ ପାଇପାରନ୍ତା ।

By amfnews

Related Post