Sun. Mar 8th, 2026

ରାଜଧାନୀରେ ବି ପୁରୀ ତାତି; ନବୀନ ନିବାସ ଘେରାଉ ଉଦ୍ୟମ

158 Views

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ବେଳେ ୩ଜଣ ଅଟକ ଅଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ରାଜ୍ୟ କଂଗ୍ରେସ ଭବନରୁ ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯାଇଥିଲା।  ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଶିଶୁ ଭବନ ଛକରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ପୁଲିସ୍‌ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ଗିରଫ କରିଥିଲା  ।

By amfnews

Related Post