Sat. Nov 23rd, 2024

ରାଜଧାନୀରେ କମୁନି କରୋନା କୋପ, ପଞ୍ଚମ ଥର ପାଇଁ ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି

By amfnews May 16, 2021 #Featred
230 Views

ନୂଆଦିଲ୍ଲୀ, ମେ ୧୬ : ରାଜଧାନୀ ଦିଲ୍ଲୀରେ କବୁନି କରୋନା କୋପ । ବର୍ତମାନ ଦିଲ୍ଲୀର ସ୍ଥିତି ଏତେ ମାତ୍ରାରେ ସଙ୍ଗୀନ ରହିଛି ଯେ କରୋନାକୁ ଆୟତକୁ ଆଣିବା ପାଇଁ ବାରମ୍ବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ବୃଦ୍ଧି କରାଯାଉଛି । ଆଜି ପୁଣି ପଞ୍ଚମ ଥର ପାଇଁ ଦିଲ୍ଲୀରେ ଲକ୍‌ଡାଉନ୍ ଅବଧି ବଢାଯାଇଛି । 

ପୁଣି ସପ୍ତାହେ ପାଇଁ ବଢିଛି ଦିଲ୍ଲୀରେ ଲକ୍‌ଡାଉନ୍ । ପୂର୍ବରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଅବଧି ଆସନ୍ତା କାଲି ଅର୍ଥାତ୍ ମେ ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ସଂକ୍ରମଣ ଗ୍ରାଫ କୁ ଦେଖି ପୁଣି ଆଉ ଗୋଟିଏ ସପ୍ତାହ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ଆସନ୍ତା ମେ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍ କଟକଣା ଜାରି ରହିବ । ଲକ୍‌ଡାଉନ୍ ସମୟରେ ସବୁ ଅତ୍ୟାବଶକ ସେବା ଜାରି ରହି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏଥର ଲକ୍‌ଡାଉନ୍ ସମୟରେ ନିୟମ ଉଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ପୂର୍ବରୁ କରୋନା ମହାମାରୀର ଦ୍ୱିତୀୟ ଲହର ରେ ପ୍ରଥମ ଥର ପାଇଁ ଏପ୍ରିଲ ୧୯ ତାରିଖରେ ଦିଲ୍ଲୀ ସରକାର ୬ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଥିଲେ ଏହାପରେ ପୁଣି ଏହି ଲକ୍‌ଡାଉନ୍ କୁ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି କରିଥିଲେ ଦିଲ୍ଲୀ ସରକାର । ଏହାପରେ ପୁଣି ଦ୍ୱିତୀୟ ଥର ପାଇଁ ମେ ୧୦ ତାରିଖ ଯାଏ ଲକ୍‌ଡାଉନ୍ କୁ ବୃଦ୍ଧି କରାଯାଇଥିଲା । ଏହାପରେ ପୁନଃର୍ବାର ଚତୁର୍ଥ ଥର ପାଇଁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି କରିଥିଲେ ଦିଲ୍ଲୀ ସରକାର । ଏହାରି ମଧ୍ୟରେ ଦିଲ୍ଲୀର ସ୍ଥିତି ସୁଧୁରି ନଥିବା ବେଳେ ଆଜି ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି କୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

By amfnews

Related Post