Sun. Mar 8th, 2026

ରାଜଧାନୀରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ମାଝି ଆହତ

234 Views

ଭୁୁବନେଶ୍ୱର : ପୁଣି ରାଜଧାନୀରେ ପୁଲିସର ଏନ୍‌କାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ମାଝି ଆହତ ହୋଇଛି। ତାର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଏହି ଏନ୍‌କାଉଣ୍ଟର ଘଟଣା ଗତକାଲି ରାତିରେ କଳିଙ୍ଗନଗର କେ-୭ ଅଞ୍ଚଳରେ ଘଟିଛି। ଆହତ ସୁଶାନ୍ତ ନିକଟରୁ ଗୋଟିିଏ ୯ଏମଏ୍‌ ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା’ ନାମରେ ଡକାୟତି ଓ ହତ୍ୟାକାଣ୍ଡ ଭଳି ବହୁ ଅପରାଧିକ ମାମଲା ରହିଛି। ଟାଙ୍ଗୀରେ ୬୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସେ ସମ୍ପୃକ୍ତି ଥିବା ସୂଚନା ମିଳିଛି।

ଏଥିସହିତ ଖୋର୍ଦ୍ଧାରେ ମଧ୍ୟ ପୁଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛି। ଆହତ ଅପରାଧିର ନାମ ଜାମ୍‌ସେଦ ଖାନ। ତାକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ନିରାକାରପୁର ଓ ଟାଙ୍ଗୀ ପୁଲିସ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଥିଲା। ଏଥିରେ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

By amfnews

Related Post