Sun. Mar 8th, 2026

ରାଜକୋଟ ଓ ଅହମ୍ମଦାବାଦ୍‌ର ଶିଶୁ ମୃତ୍ୟୁକୁ ନେଇ ପଚରା ଯାଇଥିବା ପ୍ରଶ୍ନକୁ ଏଡ଼େଇ ଚାଲିଗଲେ ମୁଖ୍ୟମନ୍ତ୍ରୀ ରୁପାନି

184 Views

ଅହମ୍ମଦାବାଦ୍‌: ଗୁଜୁରାଟରେ ଗତ କିଛି ଦିନ ଭିତରେ ମାତ୍ରାଧିକ ଶିଶୁ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ରବିବାର ଏକ ପ୍ରଶ୍ନ ପଚରାଯାଇଥିଲେ ବି ସେ ତାହାର ଉତ୍ତର ନଦେଇ ଏଡ଼େଇ ଯିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ପ୍ରଶ୍ନର ଉତ୍ତର ନଦେଇ ବାଟ ଭାଙ୍ଗି ଚାଲିଯିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ANI

@ANI

: Gujarat Chief Minister Vijay Rupani walks away when asked about reports of deaths of infants in hospitals in Rajkot and Ahmedabad.

Embedded video

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ଗତ ଏକ ମାସ ମଧ୍ୟରେ ରାଜକୋଟରେ ଥିବା ସିଭିଲ୍‌ ହସ୍ପିଟାଲ୍‌ରେ ୧୧୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅହମ୍ମଦାବାଦ୍‌ରେ ଥିବା ସିଭିଲ୍‌ ହସ୍ପିଟାଲ୍‌ରେ ୮୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

ଅହମ୍ମଦାବାଦ୍‌ର ସିଭିଲ୍‌ ହସ୍ପିଟାଲ୍‌ର ସୁପରିଟେଣ୍ଡେଣ୍ଟ୍‌ ଜିଏସ୍‌ ରାଥୋଡଙ୍କ କହିବା ମୁତାବକ, ‘ଆଇସିୟୁରେ ଭର୍ତ୍ତି ହୋଇଥିବା ସମୁଦାୟ ୪୫୫ ନବଜାତକଙ୍କ ମଧ୍ୟରୁ ୮୫ ଜଣଙ୍କର ମୃତ୍ୟୁ ଘଟିଛି।’ ସେହିପରି ରାଜକୋଟ ସିଭିଲ୍‌ ହସ୍ପିଟାଲ୍‌ର ମନିଷା ମେ‌ହେଟ୍ଟା କୁହନ୍ତି, ‘ଡିସେମ୍ବର ମାସରେ ରାଜକୋଟ ସିଭିଲ୍‌ ହସ୍ପିଟାଲ୍‌ରେ ୧୧୧ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି।’

 

By amfnews

Related Post