Sun. Jan 12th, 2025

ରାଉରକେଲା-ଝାରସୁଗୁଡା ଓ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଇଏମ୍ୟୁ ଚଳାଚଳ ନେଇ ରେଳବାଇ କନ୍ଭେନସନ କମିଟି ଅଧ୍ୟକ୍ଷଙ୍କୁ ପତ୍ର

By amfnews Jan 13, 2019 #Featured
220 Views

ରାଉରକେଲା, ଜାନୁଆରୀ ୧୩ : ରାଉରକେଲା ରେଳ ଓ ସଡକ ଉପଯୋଗକାରୀ ସଂଘ ପକ୍ଷରୁ ସଂସଦୀୟ ରେଳବାଇ କନ୍ଭେନସନ କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବଙ୍କୁ ପତ୍ର ଲେଖାଯାଇ ରାଉରକେଲା-ଝାରସୁଗୁଡା ଓ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଇଏମ୍ୟୁ ଲୋକାନ ଟ୍ରେନ୍ ଚଳାଚଳ ପାଇଁ ଦାବି କରାଯାଇଛି । ସଂଘ ସଭାପତି ଦେବେନ୍ଦ୍ର ନାରାୟଣ ପତି, ସମ୍ପାଦକ ଅମୂଲ୍ୟ ଚରଣ ବରାଳ ଏହି ପତ୍ର ମାଧ୍ୟମରେ ଝାରସୁଗୁଡା-ରାଉରକେଲା ୧୦୦ କିଲୋମିଟର ଓ କଟକ-ଭୁବନେଶ୍ୱର-ପୁରୀ ୯୦ କିଲୋମିଟର ରାସ୍ତା ମଧ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବାକୁ ଅନୁରୋଧ ଜଣାଇଛନ୍ତି ।

ଏହି ଦ୍ରୁତଗାମୀ ଲୋକାନ ଟ୍ରେନ୍ ଚାଲିଲେ ୭୦ ବର୍ଷର ସ୍ୱାଧୀନତା ପରେ ରାଜ୍ୟବାସୀ ପ୍ରଥମେ ଏଭଳି ଟ୍ରେନ୍ ଯାତ୍ରାର ସୁବିଧା ପାଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଝାରସୁଗୁଡାରେ ନୂତନ ବିମାନ ବନ୍ଦର ପ୍ରତିଷ୍ଠା ଦ୍ୱାରା ରାଉରକେଲା ଓ ଜିଲାବାସୀ ସ୍ୱଳ୍ପ ଖର୍ଚ୍ଚରେ ଏହି ଟ୍ରେନ୍ରେ ଯାତ୍ରା କରିବାପାରିବେ । କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ସଡକ ପଥରେ ଯାତ୍ରୀ ଗହଳି କମିବା ସହ ଇଏମ୍ୟୁ ଚାଲିବା ଦ୍ୱାରା ୧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୫ରୁ ୩୦ ଟଙ୍କା ଖର୍ଚ୍ଚରେ ଯାତାୟତ ସୁବିଧା ମିଳିପାରିବ ।

ଦୀର୍ଘ ୧୦ ବର୍ଷର ଦାବି ଭୁବନେଶ୍ୱର ପାଶ୍ୱର୍ରୁ ୨ୟ ଇଣ୍ଟର ସିଟି ପ୍ରଚଳନ ସହ ଉଭୟ ଇଣ୍ଟରସିଟିକୁ ଉପକୂଳ ଓଡିଶାର ୧୦ଟି ଜିଲାବାସୀଙ୍କ ସୁବିଧା ପାଇଁ କଟକ ଦେଇ ଚଳାଚଳ କରିବା, ରାଉରକେଲାରୁ କେନ୍ଦ୍ରାପଡା ଓ ରାଉରକେଲାରୁ ଭଦ୍ରକ ଏବଂ ବାଲେଶ୍ୱର, କେନ୍ଦୁଝର ଦେଇ ୨ଟି ଟ୍ରେନ୍ ଚଳାଚଳ କରାଯିବାକୁ ସଂସଦୀୟ ରେଳବାଇ ପ୍ରସ୍ତାବରେ ସାମିଲ୍ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ପୁରୀ-କେନ୍ଦୁଝର-ବଡବିଲ-ଚକ୍ରଧରପୁର ଏକ୍ସପ୍ରେସ୍କୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ ରାଉରକେଲାରୁ ଦକ୍ଷିଣ ଓଡିଶାକୁ ସପ୍ତାହରେ ୩ ଦିନ ଚାଲୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍କୁ ନିତିଦିନିଆ କରାଯିବାକୁ ଅନୁରୋଧ କରାଯାଇଛି । ଜଣେ ବରିଷ୍ଠ ସାଂସଦ ଓ ରେଳବାଇ କନ୍ଭେନସନ କମିଟି ଅଧ୍ୟକ୍ଷ ଭାବେ ଶ୍ରୀ ମହତାବ ଉପରୋକ୍ତ ଦାବିଗୁଡିକୁ ବିଚାର କରି ରେଳବାଇ ବୋର୍ଡରେ ମଞ୍ଜୁର କରି ଅପ୍ରେଲ ୧ରୁ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

By amfnews

Related Post