Sun. Jan 19th, 2025

ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଟ୍ରାଫିକ ଓ କଞ୍ଚାମାଲ ବିଭାଗର କର୍ମଚାରୀଙ୍କର ଜୀବନସାଥୀଙ୍କ କାରଖାନା ସଚେତନତା ଗସ୍ତ କାର୍ଯ୍ୟକ୍ରମ ଆୟୋଜିତ

By amfnews Dec 20, 2018 #Featured
194 Views

ରାଉରକେଲା, ୨୦ା୧୨  : ରାଉରକେଲା ଇସ୍ପାତ କାରଖାନାର ମାନବ ସମ୍ବଳ ପ୍ରୟାସ ‘ପ୍ରଗତୀର ପଥେ.. ଆମ ପରିବାର ଆମ ସାଥି’ର ଅଂଶ ସ୍ୱରୂପ କର୍ମଚାରୀଙ୍କ ଜୀବନସାଥୀଙ୍କ ନିମନ୍ତେ କାରଖାନା ପରିଦର୍ଶନ କାର୍ଯ୍ୟ୍ରକମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଡିସେମ୍ବର ୧୪ ତାରିଖରେ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ୧୯ ଜଣ କର୍ମଚାରୀଙ୍କ ସହଧର୍ମିଣୀ କାରଖାନା ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଟିଆରଏମ ବିଭାଗର ସମ୍ମେଳନ କକ୍ଷରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମର ଆୟୋଜନ ସହିତ ଏହି ଗସ୍ତ କାର୍ଯ୍ୟକ୍ରମ ଔପଚାରିକ ରୂପେ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଟି ଆଣ୍ଡ ଆରଏମ ଜିଏମ୍ ପି.କେ. ଶତପଥି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସେଲ ଆରଏସପି ଓ ସୁରକ୍ଷା ଉପରେ ଭିଡ଼ିଓ କ୍ଲିପିଙ୍ଗ ପ୍ରଦର୍ଶିତ ହୋଇଥିଲା । ସଂକ୍ଷିପ୍ତ ଓରିଏଣ୍ଟେସନ କାର୍ଯ୍ୟକ୍ରମ ପରେ ଅତିଥି ମହିଳାମାନଙ୍କୁ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ-୫, ଷ୍ଟିଲ ମେଲ୍ଟିଂ ସପ୍- ୨ ନୂତନ ପ୍ଲେଟ ମିଲ ଓ ହଟ ଷ୍ଟ୍ରିପ ମିଲ୍ ବିଭାଗ ଭ୍ରମାଣ କରାଯିବା ସହିତ ବିଭାଗ ଗୁଡିକର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଯାଇଥିଲା । କାରଖାନା ପରିଦର୍ଶନ ପରେ ଅତିଥି ମହିଳାମାନେ ଟି ଆଣ୍ଡ ଆରଏମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ମତ ବିନିମୟ ଅଧିବେଶନରେ ସାମିଲ ହୋଇଥିଲେ ।

ସେମାନେ ଇସ୍ପାତ ମଣିଷଙ୍କର କଠିନ କର୍ମ ଜୀବନର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଆରଏସପି ପରିବାରର ଜଣେ ଜଣେ ସଦସ୍ୟ ରୂପେ ସେମାନେ ନିଜ ନିଜ ଜୀବନସାଥୀଙ୍କୁ ଅଧିକ ପ୍ରେରଣା ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ଅଧିବେଶନରେ ବିଭାଗର ଡିଜିଏମ ଏ.କେ. ବେହେରା, ଆର୍.ସି. ବେହେରା, କେ. ସୁନ୍ନ୍ୟାନୀ, ରାମ ବାବୁ ଏବଂ କାର୍ମିକ ବିଭାଗର ଡିଜିଏମ୍ ଡି. ମିଶ୍ର ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କାର୍ମିକ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଏସ୍. ତ୍ରିପାଠୀ ପରିଚାଳନା କରିଥିଲେ ।

By amfnews

Related Post