Sat. Nov 23rd, 2024

ରସଗୋଲାକୁ ନେଇ ଶିଳ୍ପୀ ଉତ୍ସାହିତ, ଓଡିଶା ବାହାରେ ବି ଖୋଲିଦେଲେ ମିଠାପସରା

By amfnews Aug 1, 2019 #Featured
197 Views

ଭୁବନେଶ୍ୱର: ଓଡିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ | ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ମିଠା ଖବର ପାଲଟିଥିବାବେଳେ ଏଥିରୁ ଚିତ୍ରଶିଳ୍ପୀ ବି କିପରି ବାଦ ପଡନ୍ତେ | ସେଥିପାଇଁ ତ ନିଜ ରଙ୍ଗ-ତୁଳୀରେ ଆଙ୍କିଦେଇଛନ୍ତି ରସଗୋଲା | ପ୍ରତିଟି ଓଡ଼ିଆଙ୍କ ଖାଦ୍ୟପେୟ ସହ ଜଡିତ ଏହି ମିଠାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛନ୍ତି ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ |

ଓଡିଶାରୁ ବାହାରେ, ମହାରାଷ୍ଟ୍ର ନାଗପୁରରେ ରହୁଥିଲେ ବି ଓଡ଼ିଆର ମହକକୁ ଭୁଲିପାରିନାହାଁନ୍ତି | ଗଣେଶଙ୍କ ହାତରେ ରସଗୋଲା ଧରାଇ ଏହି ଶିଳ୍ପୀ ଜଣକ ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି | ମନରେ ରସଗୋଲା ସହ ହୃଦୟରେ ଓଡ଼ିଆଙ୍କ ଅସ୍ମିତାକୁ ବେଶ ନିଆରା ଢଙ୍ଗରେ ଆଙ୍କିଛନ୍ତି | ପାହାଳ ରସଗୋଲାକୁ ମନେ ପକାଇ ଏହାର ସ୍ୱାଦକୁ ବୋଧେ ଭୁଲିପାରିନାହାନ୍ତି ଶିଳ୍ପୀ ବିଜୟ ବିଶ୍ୱାଳ |

ଏଠାରେ ସୂଚନା ଥାଉ କି ରସଗୋଲାର ଉତ୍ପତ୍ତିକୁ ନେଇ ଚାଲିଥିବା ଲଢ଼େଇରେ ଶେଷରେ ଓଡ଼ିଶାକୁ ସଫଳତା ମିଳିଛି । ଚେନ୍ନାଇସ୍ଥିତ ଭୌତିକ ସଂପତ୍ତି କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ରସଗୋଲାକୁ ଭୌଗୋଳିକ ଉତ୍ପତ୍ତି ମାନ୍ୟତା ବା ଜିଆଇ ଟ୍ୟାଗ୍ ମିଳିଛି। ପ୍ରାୟ ୨୦ ମାସ ପୂର୍ବରୁ ‘ବାଂଲାର ରସଗୋଲା’ ଜିଆଇ ମାନ୍ୟତା ପାଇଥିବା ବେଳେ ଓଡ଼ିଶା ରସଗୋଲା ଏହାଠାରୁ ସ୍ବାଦ ଓ ରଙ୍ଗରେ ଭିନ୍ନ ବୋଲି ପ୍ରମାଣିତ ହୋଇଛି। ଏହି ମାନ୍ୟତା ଆସନ୍ତା ୧୦ବର୍ଷ ପାଇଁ ବୈଧ ରହିବ । ଜିଆଇ ଟ୍ୟାଗ୍ ମିଳିବା ପରେ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଥିବାବେଳେ ଓଡ଼ିଶାର ରସଗୋଲା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ଆଶାର ସଞ୍ଚାର ହୋଇଛି।

By amfnews

Related Post