Tue. Nov 26th, 2024

ରଥଯାତ୍ରା ମାମଲାରେ କଲିକତା ହାଇକୋର୍ଟଙ୍କ ଆଜି ଶୁଣାଣୀ, ବିଜେପି କରିଥିଲା ଆବେଦନ

By amfnews Dec 20, 2018 #Featured
189 Views

କୋଲକାତା, ଡିସେମ୍ବର ୨୦ : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଗୁରୁବାର କଲିକତା ହାଇକୋର୍ଟରେ ଶୁଣାଣୀ ହେବ । ପଶ୍ଚିମବଙ୍ଗ ସରକାର ବୁଧବାର କଲିକତା ହାଇକୋର୍ଟଙ୍କୁ କହିଥିଲା ସମ୍ଭାବିତ ସାଂପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଦ୍ୱାରା ସୂଚନା ମିଳିବା ପରେ ରାଜ୍ୟରେ ବିଜେପିର ରଥଯାତ୍ରାକୁ ଅନୁମତି ଦିଆଯାଇ ନଥିଲା ।

ବିଜେପିର ଓକିଲ ଏସ.କେ କପୁର ଅଭିଯୋଗ ଆଣିଥିଲେ ଯେ, ରଥଯାତ୍ରାକୁ ଅନୁମତି ନଦେବା ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଧାରଣ କରିଥିଲେ । ସେ କହିଛନ୍ତି, ଇଂରେଜ ଶାସନ କାଳରେ ଜାତିର ପିତା ମହାତ୍ମା ଗାନ୍ଧୀ ଦାଣ୍ଡି ମାର୍ଚ୍ଚ କରିଥିଲେ ଏବଂ ତାଙ୍କୁ କେହି ଅଟକାଇ ନଥିଲେ । ଏବେ ଏଠାକାର ସରକାର କହୁଛନ୍ତି, ରାଜନୈତିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ । ବିଜେପି ରଥଯାତ୍ରା ନେଇ ଗୁରୁବାର ଦିନ ତମାମ ଶୁଣାଣୀ ହୋଇ ପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ବିଚାରପତି ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ କହିଛନ୍ତି, ବିଜେପି ଦ୍ୱାରା ଆବେଦନ କରାଯାଇଥିବା ଅଭିଯୋଗ ନେଇ ଏକ ଆଦେଶନାମା ଜାରି କରାଯିବ । ଆବେଦନ ମାଧ୍ୟମରେ ପାର୍ଟି ନିଜର ରାଲିକୁ ମଂଜୁରୀ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ପ୍ରସ୍ତୁତ ତୃଣମୂଳ କଂଗ୍ରେସର ପଦକ୍ଷେପକୁ କଡ଼ା ଚ୍ୟାଲେଞ୍ଜ କରିଛି ।

କପୁର ଅଦାଲତଙ୍କୁ କହିଛନ୍ତି, ରାଜ୍ୟ ସରକାର ନିଜର ଦାବିକୁ ସମର୍ଥନ ଯୋଗାଇବା ଭଳି କୌଣସି ବସ୍ତୁନିଷ୍ଠ ତଥ୍ୟ ଦେଇ ନାହି ଏବଂ ଏହି ରାଲିକୁ ଅନୁମତି ନ ଦେଇ ଏକ ରାଜନୈତିକ ଦଳକୁ ଅଟକାଇ ରଖିଛି । ମାତ୍ର ରାଲି କରିବା ରାଜନୈତିକ ଦଳର ଅଧିକାର ଅଟେ ।

By amfnews

Related Post