Thu. Dec 26th, 2024

ରତ୍ନ ଭଣ୍ଡାର ଚାବି ହଜିବା ବିବାଦ: ତଦନ୍ତ କମିଶନ ଗଠନ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ଦାବି, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଜଗନ୍ନାଥ ସେନା

By amfnews Jun 3, 2018 #Featured
106 Views

ପୁରୀ: ରାଜ୍ୟରେ ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାର ଗୃହର ଚାବି ହଜିବା ବିବାଦ ଜୋର ଧରିବାରେ ଲିଗିଛି । ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହିତ ଏ ବାବଦରେ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ରଖନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ଅନେକ ଦିନ ଧରି ଚୁପ ରହିଥିବା ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଏ ଘଟଣା ସମ୍ପର୍କରେ ପାଟି ଖୋଲିଛନ୍ତି । ରତ୍ନ ଭଣ୍ଡାରର ଚାବି ହଜିଛି ନା ନାହିଁ ତାହାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ତଦନ୍ତ କମିଶନ ଗଠନ କରାଯାଉ ବୋଲି ଦାବି କରିଛନ୍ତି ଶଙ୍କରାଚାର୍ଯ୍ୟ । ଅନ୍ୟପଟେ ଏହି ଘଟଣାକୁ କଡା ବିରୋଧ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାର ଦାୟତ୍ୱ ନିଜ ଉପରକୁ ନେଇ ଆଇନ ମନ୍ତ୍ରୀ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି ।

By amfnews

Related Post