Thu. Dec 26th, 2024

ରଣଜୀ ଟ୍ରଫିରେ ୱାସିମ ଜାଫରଙ୍କ ରେକର୍ଡ, ପୂରଣ କଲେ ୧୧୦୦୦ ରନ

By amfnews Nov 22, 2018 #Featured
137 Views

ନାଗପୁର, ନଭେମ୍ବର ୨୨  : ଘରୋଇ କ୍ରିକେଟରେ ରନ ବର୍ଷା କରିପାରୁଥିବା କ୍ରିକେଟର ୱାସିମ ଜାଫର ପୁଣି ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରଣଜୀ ଟ୍ରଫିରେ ୧୧ ହଜାର ରନ ସଂଗ୍ରହ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ସେ ବୁଧବାର ଏହି ରେକର୍ଡ କରିବା ସହିତ ରଣଜୀ ଟ୍ରଫିରେ ସର୍ବାଧିକ ୩୭ ଶତକ ଏବଂ ୮୧ ଅର୍ଦ୍ଧଶତକ ପୂରା କରିଛନ୍ତି । ରଣଜୀ ଟ୍ରଫିର ୨୦୧୮-୧୯ ସଂସ୍କରଣରେ ବିଦର୍ଭ ପକ୍ଷରୁ ଖେଳି ଭଦୋଦରା ବିପକ୍ଷରେ ୧୫୩ ରନ ସଂଗ୍ରହ କରିଛନ୍ତି । ସେ ୧୧ ହଜାର ରନ ପୂରଣ କରିବାକୁ ୯୭ ରନ ଦୂରରେ ଥିଲେ । ରଣଜୀ ଟ୍ରଫିରେ ଜାଫରଙ୍କ ପରେ ସର୍ବାଧିକ ରନ ମୁମ୍ବାଇର ତାଙ୍କର ବନ୍ଧୁ ଅମୋଲ ମଜୁମଦାର ୯୨୦୨ ରନ ସଂଗ୍ରହ କରିଛନ୍ତି । ମଧ୍ୟପ୍ରଦେଶର ଦେବେନ୍ଦ୍ର ବୁନ୍ଦେଲା ୯୨୦୧ ରନ ସଂଗ୍ରହ କରିଛନ୍ତି ।

ଜାଫର ଫୈଜ ଫଜଲ (୧୫୧)ଙ୍କ ସହିତ ୩୦୦ ରନ ଭାଗିଦାରୀ ହୋଇଥିଲେ । ଏହା ୪ର୍ଥ ସୁଯୋଗ ଥିଲା । ରଣଜୀ ଟ୍ରଫିରେ ୩୦୦ ଅଥବା ଏଥରୁ ଅଧିକ ରନର ଭାଗିଦାରୀ । ଜାଫର ଏହି ମାମଲାରେ ବିଜୟ ହଜାରେ ରେକର୍ଡ ସହିତ ସମକକ୍ଷ ହୋଇପାରିଛନ୍ତି । ସେ ଚଳିତ ବର୍ଷ ୩ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ଟୁର୍ଣ୍ଣାମେଣ୍ଟର ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ ଠାରୁ ୫ ମ୍ୟାଚ ଦୂରରେ ଅଛନ୍ତି । ୧୪୫ ରଣଜୀ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟପ୍ରଦେଶର ଦେବେନ୍ଦ୍ର ବୁନ୍ଦେଲାଙ୍କ ନାମରେ ଅଛି ।

ସୂଚନାଯୋଗ୍ୟ ଯେ ୱାସିମ ଜାଫର ଭାରତର କିଛି ବଛାବଛା ଓପନରଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି । ସେ ୩୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ୫ ଶତକ ବଳରେ ୧୯୪୪ ରନ ସଂଗ୍ରହ ହୋଇଛି । ଜାଫର ୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୨୨ ବର୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ଜାଫରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୮ ବର୍ଷ ।

By amfnews

Related Post