Sun. Mar 8th, 2026

ରଜ ମଉଜ : ଥଣ୍ଡା ଓ ଗରମର ଅନୁଭୂତି ଦେବ ଆଇସ୍‌ ଓ ଫାୟାର୍‌ ପାନ, ଅନଲାଇନରେ ବି କରିପାରିବେ ବରାଦ୍‌

585 Views

ଭୁବନେଶ୍ବର:  ରଜରେ ଯଦି ପାଟି ଟିକେ ନାଲି ନ ହୁଏ ତେବେ ରଜର ମଜା ଆସେ ନାହିଁ। ସେଇଥିପାଇଁ ତ ବରଷକ ଯାକ ପାନ ଖାଉନଥିବା ଲୋକ ବି ରଜରେ ପାନ ଖଣ୍ତେ ନିହାତି ଖାଆନ୍ତି। ପାନ ଖାଇବା ସହିତ ପ୍ରିୟଜନଙ୍କୁ ପାନ ବାଣ୍ଟି ଶୁଭେଚ୍ଛା ଜଣାଇଥାନ୍ତି। ତେବେ ଏହି ଗରମ୍‌ରେ ଥଣ୍ଡାର ଅନୁଭୂତି ପାଇଁ ‘ଆଇସ୍‌ ପାନ’ ଓ ରସିକିଆ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ‘ଫାୟାର ପାନ’ ପରଷି ଦେଇଛନ୍ତି ସହିଦନଗର ବନାରସୀ ପାନ ଭଣ୍ତାରର ରାମାକାନ୍ତ ସେନାପତି। ଏହି ଦୁଇ ପାନର ଦାମ୍‌ ୩୦ ଟଙ୍କା ଲେଖାଏଁ ରହିଛି। କଟକ ଓ ଭୁବନେଶ୍ବରର ଗ୍ରାହକମାନେ ପାନ ସବୁକୁ ଅନ୍‌ଲାଇନ୍‌ upahar.comରେ ମଧ୍ୟ ବରାଦ୍‌ କରିପାରିବେ। ୪ ଘଣ୍ଟା ମଧ୍ୟରେ ପାନ ଗ୍ରାହକଙ୍କ ହାତରେ ପହଞ୍ଚିଯିବ।

ତାଙ୍କ ଦୋକାନରେ ଦିଲ୍‌ଖୁସ୍‌ ପାନଠାରୁ ଆରମ୍ଭ କରି ଦିଲ୍‌ ବାହାର‌୍‌, ଦିଲ୍‌ ଦିଵାନା, ଦିଲ୍‌ଵାଲା, ଲଡ଼ୁ ପାନ, ପାନ ସଟ୍‌ସ୍‌, ପାନ ଲସି, ପାନ ସେକ୍‌, ରସ୍‌ମଲାଇ ପାନ ଓ ରାବିଡ଼ି ପାନ ଆଦି ରହିଛି। ମିଠା ପାନର ଦାମ୍‌ ୧୫ଟଙ୍କାରୁ ୧୨୫ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ବିଭିନ୍ନ ଫ୍ଲେଭର ପାନ ଦାମ ରହିଛି ୨୦ରୁ ୨୫ଟଙ୍କା। ସେହିପରି ସିଆର‌୍‌ପି ଛକରେ ଗତ ୩୦ ବର୍ଷ ହେଲାଣି ପାନ ଦୋକାନ କରିଥିବା ଗୌରହରି ପ୍ରଧାନ ତାରା ଭଳି ପାନ ଠାରୁ ଆରମ୍ଭ କରି କରେଞ୍ଜ, ଡଙ୍ଗା ଓ ପିଠା ଆକୃତିର ପାନ ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି।।

By amfnews

Related Post