Thu. Mar 13th, 2025

ରଙ୍ଗ୍‌ ରୁଟ୍‌ ପଡ଼ିଲା ମହଙ୍ଗା; ୮୦ ଗାଡ଼ି ସିଜ୍‌

By amfnews Feb 7, 2020 #Featured
140 Views

ଭୁବନେଶ୍ୱର : ଭୁଲ ରାସ୍ତାରେ ଗାଡ଼ି ଚଲାଉଲେ ଏଣିକି ଆଉ ଛାଡ଼ ପାଇବେନି ଚାଳକ। ଏପରି କି ଡ୍ରାଇଭରଙ୍କୁ ଧରିବାକୁ କମିଶନରେଟ୍ ପୁଲିସ୍‌ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭୁଲ୍‌ ରାସ୍ତାରେ ଚଳାଉଥିବା ୮୦ ଜଣଙ୍କୁ ଧରିଛି ପୁଲିସ୍‌ । ଚାଳକଙ୍କୁ ଧରିବା ସହ ସେମାନଙ୍କ ଗାଡ଼ିକୁ ସିଜ୍ ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ସ୍ପାଇକ୍ ବ୍ୟାରିଅର ଲଗାଯିବାକୁ କମିଶନରେଟ ପୁଲିସ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥତ୍ମଧ୍ୟରୁ ଦ୍ୱୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ସ୍ପାଇକ୍ ବ୍ୟାରିଅର ଲଗାଯିବ।

ତେବେ ଏନ୍‌ସିଆରବି ରିପୋର୍ଟ ଅନୁସାରେ ଜାତୀୟ ହାରରେ ଯେତିକି ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି ତାର ୩୩ ପ୍ରତିଶତ ଭୁଲ୍ ସାଇଡ୍‌ରେ ଗାଡି ଚାଳନା ଯୋଗୁ ହେଉଛି। ଆକଳନ ଅନୁସାରେ ଭୁଲ୍ ରାସ୍ତାରେ ଗାଡି ଚାଳନା ଯୋଗୁ ଦିନକୁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହେଉଛି।

By amfnews

Related Post