Sat. Mar 7th, 2026

ରକ୍ଷଣାବେକ୍ଷଣ କାମ: ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବ

219 Views

ଭୁବନେଶ୍ୱର : ରକ୍ଷଣାବେକ୍ଷଣ କାମ ପାଇଁ ଆସନ୍ତାକାଲି କଟକ ଓ ପୁରୀରେ ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବ। ବୁଧବାର ଏହି ଜିଲ୍ଲା ସମେତ ଖୋର୍ଦ୍ଧା, ଢେଙ୍କାନାଳ ଓ ଭୁବନେଶ୍ବରର କେତେକ ଅଞ୍ଚଳରେ ଲାଇନ କଟିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି କଟକ ସଦର ଅଞ୍ଚଳର ଆଠଗଡ଼, ବଡ଼ମ୍ବା, କାନପୁର ଓ ନରସଂହପୁରରେ ସକାଳ ୮ଟାରୁ ଅପରାହ୍ନ ‌୧ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। ସିଥଳରେ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଲାଇନ କଟିବ।

ସେହିଭଳି ବୁଧବାର ଭୁବନେଶ୍ବର ବିଜେବି ନଗରରେ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। କଟକ ସହରାଞ୍ଚଳରେ ଲିଙ୍କରୋଡ୍‌, ମାଲ୍‌ଗୋଦାମ, ଓଏମ୍‌ପି ଅଞ୍ଚଳରେ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଓ ସଦର ଅଞ୍ଚଳ କପାସିରେ ୭ଟାରୁ ୧୦ଟା, ବିଳାସୁଣି ଓ ଉତ୍ତମପୁରରେ ୮ଟାରୁ ୧୧ଟା, ଏରଞ୍ଚରେ ୯ଟାରୁ ୧ଟା ପର୍ଯ୍ୟନ୍ତ ଲାଇନ କଟିବ। ଖୋର୍ଦ୍ଧାର ବାଙ୍କିରେ ୯ଟାରୁ ୨ଟା, ପୁରୀ ହରିପୁର ଓ ଖେଲାରରେ ୮ଟାରୁ ୧୨ଟା, ଢେଙ୍କାନାଳ ଭୁବନ, ହିନ୍ଦୋଳ ରୋଡ୍‌, ବୈଶିଙ୍ଗାରେ ୮ଟାରୁ ଗୋଟାଏ, ଖଜୁରୀକଟା ଓ ହିନ୍ଦୋଳରେ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

By amfnews

Related Post