Sat. Mar 7th, 2026

ରକ୍ଷଣାବେକ୍ଷଣ କାମ ପାଇଁ ଆସନ୍ତା ବୁଧବାର କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ପ୍ରଭାବିତ ହେବ ବିଦ୍ୟୁତ ସରବରାହ

211 Views

ଭୁବନେଶ୍ୱର : ରକ୍ଷଣାବେକ୍ଷଣ କାମ ପାଇଁ ବୁଧବାର କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ବରରେ ବିଦ୍ୟୁତ ସରବରାହ ପ୍ରଭାବିତ ହେବ। ଭୁବନେଶ୍ବରର ସପ୍ତସତୀ ନଗର, ପାଣ୍ଡରା ଓ ପୁରୀ ବାଇପାସ୍‌ ରୋଡ୍‌ ଅଞ୍ଚଳରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ସେହିଭଳି କଟକ ସହରାଞ୍ଚଳ କାଜି ବଜାର, ଓଡ଼ିଆ ବଜାର ଓ ଦିୱାନ ବଜାର ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ, ହାତୀ ପୋଖରୀ, ଝୋଲା ସାହି, କାଠଗଡ଼ା ସାହି, ତିନିକୋଣିଆ ବଗିଚା ଅଞ୍ଚଳରେ ଲାଇନ୍‌ କଟିବ। ସେହିଭଳି କଟକ ଗ୍ରାମାଞ୍ଚଳ ରତପଡ଼ା ଅଞ୍ଚଳରେ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା, ଆଠଗଡ଼ ଗୋପୀନାଥପୁର ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ଗୋଟାଏ, କୁଶୁପାଙ୍ଗି, ପହିଲାବାର, ନୂଆପାଟଣା, ବଉଳ, ମଙ୍ଗରାଜପୁର, ବାଘଧରା, କଲ୍ୟାଣପୁର, ରାମଚନ୍ଦ୍ରପୁର ଅଞ୍ଚଳରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉପଭୋକ୍ତା ବିଦ୍ୟୁତ ସେବା ପାଇପାରିବେ ନାହିଁ। ସେହିଭଳି କେନ୍ଦ୍ରାପଡ଼ାର କରଞ୍ଜ, ବରକୂଳ, ଆଇତୀପୁର, ଗୋପୀନାଥପୁର, ଦହିମାଛ ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

By amfnews

Related Post