Sat. Mar 7th, 2026

ଯୌନ ଶୋଷଣ ଅଭିଯୋଗ ମାମଲା: ପ୍ରମୋଦଙ୍କୁ ଉଠାଇ ନେଲା ପୁଲିସ୍‌

153 Views

କେନ୍ଦ୍ରାପଡ଼ା : ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍‌ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍‌ ତାଙ୍କୁ ଉଠାଇ ନେଇଥିଲା। ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ ଫୋନ୍ କଲ୍ ଓ ମେସେଜ୍‌ରେ କଥାବାର୍ତ୍ତା କରିଥିବାର  ପ୍ରମାଣ  ପୁଲିସ୍‌ ଏବଂ ଗଣମାଧ୍ୟମକୁ  ପୀଡ଼ିତା ଦେଖାଇଥିଲେ। ପ୍ରମୋଦ ତାଙ୍କ ଫାର୍ମ ହାଉସ୍‌ରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ।

By amfnews

Related Post