89 Views
ଭୁବନେଶ୍ୱର : ଯୌତୁକ ପାଇଁ ବଧୂହତ୍ୟା ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ୍-୩ ଅରୁଣ କୁମାର ମଲ୍ଲିକ ଘାଟିକିଆର ଡମ୍ବରୁଧର ସିଂହକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନାଦେଶ ହୋଇଛି। ୨୩ ସାକ୍ଷୀଙ୍କ ବୟାନ ଓ ୭ ଦସ୍ତାବିଜକୁ ଆଧାର କରି ଆଜି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଆଡିସିନାଲ ପିପି ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଛନ୍ତି। ସୂଚନା ମୁତାବକ, ୨୦୧୩ ମସିହାରେ ଡମ୍ବରୁଧର ବୀଣାପାଣି ଜେନାଙ୍କୁ ବିବାହ କରିଥିଲା। ବିବାହର ୩ ମାସ ପରେ ଡମ୍ବରୁଧରଙ୍କ ବାଡ଼ି ପଟୁ ବୀଣାପାଣିଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା। ତେବେ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ବୀଣାପାଣିଙ୍କ ପରିବାରଲୋକ ମହିଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ଡମ୍ବରୁଧରଙ୍କ ସମେତ ପରିବାରର ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା। ତେବେ ବିଚାର ବେଳେ ଗିରଫ ଅନ୍ୟ ତିନିଜଣ ଛାଡ଼ ପାଇଥିବା ବେଳେ ଡମ୍ବରୁଧରଙ୍କୁ କାରାଦଣ୍ଡାଦେଶ ହୋଇଛି।