Fri. Dec 27th, 2024

ଯୋଜନା: ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ବିଶ୍ୱସ୍ତରରେ ହେବ କାର୍ଯ୍ୟକ୍ରମ

By amfnews Nov 27, 2018 #Featured
268 Views

ନୂଆଦିଲ୍ଲୀ, ନଭେମ୍ବର ୨୭ : ମୋଦୀ ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଆକର୍ଷଣୀୟ ଭାବରେ ପାଳନ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଗ୍ଲୋବାଲ ସାଇକେଲ କାର୍ଯ୍ୟକ୍ରମ, ଶୁଦ୍ଧ ଶାକାହାରୀ ଖାଦ୍ୟ ମେଳା, ବିଶ୍ୱର ୧୫୦ ଜଣ ପ୍ରସିଦ୍ଧ ଲେଖଙ୍କ ଦ୍ୱାରା ଲିଖିତ ‘ଗାନ୍ଧୀ ସାହିତ୍ୟ’ ପ୍ରସ୍ତୁତ ଏବଂ ବିଦେଶରେ ଖାଦୀର ପ୍ରଚାର ସହିତ ସ୍ୱାସ୍ଥ୍ୟ ସଂବନ୍ଧୀୟ କାର୍ଯ୍ୟକ୍ରମ ସାମିଲ ଅଛି ।

ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଗାନ୍ଧୀଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ମହତ୍ୱ ବଢ଼ାଇବା ପାଇଁ ବହୁଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା ଚାଲିଛି । ଏଥିରେ ବିଶ୍ୱର ଜଣାଶୁଣା କଳାକାର ଏକତ୍ର ହୋଇ ଗୁଜରାତିରେ ‘ବୈଷ୍ଣବ ଜନ’ ଭଜନ ପରିବେଷଣ କରିବେ । ସେହିଭଳି ବିଶ୍ୱର ପ୍ରସିଦ୍ଧ କୋଠାର କାନ୍ଥରେ ଗାନ୍ଧିଜୀଙ୍କ ଡିଜିଟାଲ ପ୍ରୋଜେକ୍ଟଶନ ପ୍ରଦର୍ଶିତ ହେବ । ସରକାର ଚଳିତ ବର୍ଷ ଗାନ୍ଧୀ ଡାକ ଟିକେଟ ଜାରି କରିବା ପାଇଁ ବିଶ୍ୱର ପ୍ରମୁଖ ଦେଶ ସହିତ ସଂପର୍କ କରିଛନ୍ତି ।

ମୋଦୀ ସରକାରଙ୍କ ବିଗତ ୪ ବର୍ଷର କାର୍ଯ୍ୟକାଳରେ ଖାଦୀ ସାମଗ୍ରୀ ବିକ୍ରି ବଢ଼ିଛି । ବିଶ୍ୱରେ ପ୍ରଚାର ହେଉଥିବା ଭାରତୀୟ ମିଶନ ୨୦୧୯ ଜୁନ ୩ରୁ ବିଶ୍ୱ ସାଇକେଲ ଚାଳନା ଦିବସ ଅବସରରେ ଗାନ୍ଧୀ ସାଇକେଲଚାଳନା କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି ମିଶନ ଜରିଆରେ ଅନଲାଇନ ସାଧାରଣଜ୍ଞାନ ଏବଂ ଶାକାହାରୀ ଖାଦ୍ୟ ମେଳା ଆୟୋଜନ କରାଯିବ ।

ଗାନ୍ଧୀ ସାହିତ୍ୟ ସଂକଳନ ପାଇଁ ବିଶ୍ୱର ପ୍ରସିଦ୍ଧ ରାଜନେତା, ସାମ୍ବାଦିକ, କଳାକାଳ ଏବଂ ବ୍ୟବସାୟୀ ସମେତ ୧୫୦ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଯାଇଛି । ଏକବିଂଶ ଶତାଦ୍ଦୀ ପାଇଁ ଗାନ୍ଧିଜୀଙ୍କ ସ୍ୱପ୍ନ କ’ଣ ଥିଲା, ଏହାରି ଉପରେ ଲେଖିବାକୁ କୁହାଯାଇଛି । ଗାନ୍ଧୀ ସାହିତ୍ୟ ସଂକଳନର ଅନୁବାଦ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କରାଯିବ । ଇଣ୍ଡିଆନ ମିଶନ ଯୋଗେ ଆଗାମୀ ଏକ ବର୍ଷରେ ୧୨ ସ୍କୁଲରେ ପ୍ରତିଯୋଗିତା ହେବ । ବିଶ୍ୱ ପରିବେଶ ଦିବସରେ ସମସ୍ତ ଇଣ୍ଡିଆନ ମିଶନ ଏବଂ ପୋଷ୍ଟ ୨୦୧୯ ଜୁନ ୫ରେ ୧୫-୧୫୦ ବୃକ୍ଷରୋପଣ କରିବେ ।

By amfnews

Related Post