Sat. Nov 23rd, 2024

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତକୁ ମିଳିବ ସହର ମାନ୍ୟତା

By amfnews Nov 12, 2020 #Featured
148 Views

ନୂଆଦିଲ୍ଲୀ,ନଭେମ୍ବର 12 : ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତ କିମ୍ବା ନଗର ପଞ୍ଚାୟତକୁ ମିଳିବ ସହରୀ ମାନ୍ୟତା ।  ଏହା ସହ 20,000 ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତକୁ ନଗର ପଞ୍ଚାୟତର ମାନ୍ୟତା ଦିଆଯିବ। ଏହି କାର୍ଯ୍ୟ ସମାପ୍ତ କରିବାକୁ ମ୍ୟୁନିସିପାଲିଟି ବିକାଶ ବିଭାଗକୁ 31 ଡିସେମ୍ବର ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି  । ବାସ୍ତବରେ ଗ୍ରାମାଞ୍ଚଳ ତଥା ସହରରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସୁବିଧା ଯୋଗାଇବା ପାଇଁ ଯୋଗୀ ସରକାର ସେମାନଙ୍କୁ ସହରୀ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ନଗର ଉନ୍ନୟନ ବିଭାଗ ବର୍ତ୍ତମାନ ନୂତନ ସଂସ୍ଥା ଗଠନ ତଥା ସୀମା ବିସ୍ତାର ପାଇଁ ପ୍ରସ୍ତାବକୁ ବନ୍ଦ କରି ଦେଇଛି  । ସହର କିମ୍ବା ଗ୍ରାମ ପଞ୍ଚାୟତକୁ ସହର ମାନ୍ୟତା ନ ଦେଇ ଉନ୍ନତ ସୁବିଧା ଯୋଗାଇବା ସମ୍ଭବ ହେଉନାହିଁ  ।  ଏଭଳି ପରିସ୍ଥିତିରେ ବର୍ତ୍ତମାନ ନଗର ପଞ୍ଚାୟତ ଏବଂ ନଗର ପାଲିକା ପରିଷଦ ଗଠନ ପାଇଁ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି  ।

ଏହି ନିଷ୍ପତ୍ତି ଆଧାରରେ ଅଧିକ ଜନବହୁଳ ଅଞ୍ଚଳର ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବ  ।  ବର୍ତ୍ତମାନ ବଡ ବଡ ଗ୍ରାମ ତଥା ଅଧିକ ଜନବହୁଳ ଅଞ୍ଚଳରେ ନାଗରିକଙ୍କୁ ଉନ୍ନତ ସୁବିଧା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି  ।  ପୂର୍ବରୁ ମ୍ୟୁନିସିପାଲିଟି ଡେଭଲପମେଣ୍ଟ ବିଭାଗ ସୀମା ବିସ୍ତାର ଏବଂ ନୂତନ ସଂସ୍ଥା ଗଠନ କାର୍ଯ୍ୟ ଆରମ୍ଭ କରିଥିଲାକିନ୍ତୁ ଜନଗଣନା ହେତୁ ଏହାକୁ ବନ୍ଦ କରିଦିଆଯାଇଥିଲା  । ଏହାକୁ ପୁଣି କାର୍ଯ୍ୟକାରୀ କରିବା ଦିଗରେ ସହରୀ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । 

By amfnews

Related Post