Sat. Dec 28th, 2024

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

By amfnews Dec 13, 2018 #Featured
111 Views

ରାଉରକେଲା, ୧୩ା୧୨  : ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ଜଣେ ଯୁବତୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡ଼ା ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ ନରେଶ ବଢ଼ାଇକ ଓରାମପଡ଼ାରେ ପରିବାର ସହ ରହନ୍ତି । ତାଙ୍କ ଝିଅ ଶାନ୍ତି ଗତକାଲି ଟିଉସନରୁ ବହୁ ବିଳମ୍ବରେ ଘରକୁ ଫେରିଥିଲେ । ଏତେ ବିଳମ୍ବ ହେବାକୁ ନେଇ ବାପା ନରେଶ ଝିଅକୁ ତାଗିଦ୍ କରିଥିଲେ । ଫଳରେ ଉଭୟ ବାପ ଓ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ବାପା ଘରେ ନଥିବାର ସୁଯୋଗରେ ତାଙ୍କ ଝିଅ ଶାନ୍ତି ଘରେଥିବା କୀଟନାଶକ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପଡୋଶୀମାନେ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ । ତେବେ ଶାନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

By amfnews

Related Post