Tue. Apr 22nd, 2025

ଯୁବତୀଙ୍କ ଆକାଉଣ୍ଟରେ କଳା କନା ବୁଲାଇଲେ ଅନ୍‌ଲାଇନ୍‌ ଲୁଟେରା

By amfnews Oct 12, 2019 #Featured
204 Views

ରାଉରକେଲା : ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ଅନ୍‌ଲାଇନ୍‌ ଲୁଟେରାଙ୍କ ଶିକାର ହୋଇଛନ୍ତି। ଡିଟିଡିସି କୋରିଅର କମ୍ପାନୀ ନାଁରେ ଯୁବତୀଙ୍କ ଆକାଉଣ୍ଟରୁ  ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି । ୟୁପିଆଇ ଆଇଡି ଦ୍ୱାରା ପେଟିଏମ ଆକାଉଣ୍ଟ ମାଧ୍ୟମରେ ଯୁବତୀଙ୍କ ଆକାଉଣ୍ଟରେ  କଳା କନା ବୁଲାଇ ଦେଇଛନ୍ତି ଲୁଟେରା ।

ସୂଚନା ଅନୁଯାୟୀ, ବିଶ୍ରା ଥାନା ଅଞ୍ଚଳରେ ରହୁଥିବା ଗରୀମା ଅଗ୍ରୱାଲଙ୍କ ଜଣେ ସମ୍ପର୍କୀୟ ଅନ୍‌ଲାଇନ୍‌ରେ କିଛି ଜିନିଷ ଅର୍ଡର କରିଥିଲେ। ତେବେ ଉକ୍ତ ଜିନିଷ ଆସିବାରେ ଡେରି ହେବାରୁ ସେ ଗୁଗୁଏଲ୍‌ରୁ କୋରିଅର ନମ୍ବର ବାହାର କରି ଗରୀମାଙ୍କୁ ଚେକ୍‌ କରିବାକୁ କହିଥିଲେ। ହେଲେ ଏହା ଥିଲା ଅନ୍‌ଲାଇନ୍‌ ଠକଙ୍କ ଫ୍ରଡ୍‌ ନମ୍ବର।

ଉକ୍ତ ନମ୍ବର ଗରୀମା ତାଙ୍କ ମୋବାଇଲ୍‌ରୁ ଫୋନ୍ କରିଥିଲେ। କଲ୍ ରିସିଭ୍ କରିଥିବା ବ୍ୟକ୍ତି ଡିଟିଡିସି କୋରିଅରରୁ କହୁଛନ୍ତି ବୋଲି କହିଥିଲେ। ତା’ସହିତ ୧୦ ଟଙ୍କା ପାଇଁ କୋରିଅର ଡେଲିଭରି ହେଇ ପାରୁନି ବୋଲି କହିଥିଲେ। ଉକ୍ତ ୧୦ ଟଙ୍କା ପଠାଇବାକୁ ସେ ପେଟିଏମ୍‌ର ଏକ ଲିଙ୍କ୍ ଦେଇଥିଲା। ଏହି ଲିଙ୍କ୍ ମାଧ୍ୟମରେ ପେମେଣ୍ଟ କରିଥିଲେ ଗରୀମା। ହେଲେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ ହଜାର ଟଙ୍କା ଅନ୍ୟ  ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇ ଯାଇଥିଲା। ଏହାପରେ ଗରୀମା ବିଶ୍ରା ଥାନାକୁ ଯାଇ ଅନ୍‌ଲାଇନ୍ ଠକେଇ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post