Sun. Mar 8th, 2026

ଯୁବକଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର

209 Views

ଡାବୁଗାଁ,: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେପଟିଆମ୍ବ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଆକ୍ରମଣରେ ଗ୍ରାମର ଜଣେ ବୃଦ୍ଧା ଗୁରୁତର ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା‌ଳୟରେ ଚିକିତ୍ସିତ ହେଉଛନ୍ତି। ପୁଲିିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଅନୁଯାୟୀ, ଚେପଟିଆମ୍ବ ଗାମର ଚମ୍ପା ବେହେରା(୬୫) ଗତକାଲି ରାତିରେ ଖାଇ ସାରିବା ପରେ ଘର ନିକଟରେ ଥିବା ନିଜ ଖଳାକୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୯ଟାରେ ଏହି ଗ୍ରାମର କୁଷ୍ଠ ହରିଜନ(୨୨) ଖଳାରେ ପହଞ୍ଚି ‌ ଶୋଇଥିବା ଚମ୍ପାଙ୍କ ମୁଣ୍ଡକୁ ଏକ ଲୁହା ବାରସିରେ ଶକ୍ତ ପାହାର ପକାଇଥିଲା। ଏହି ସମୟରେ ଚମ୍ପା ନିଦରୁ ଉଠିପଡିବାରୁ କୁ‌ଷ୍ଟ ପୁଣି ଥରେ ବାରସିରେ ଆକ୍ରମଣ କରିଥିଲା। ତେବେ ଚମ୍ପା ଡାହାଣ ହାତ ଦେଖାଇବାରୁ ତାଙ୍କର ୩ଟି ଆଙ୍ଗୁଳି ଭାଙ୍ଗି ଯାଇଥିଲା। ଆକ୍ରମଣରେ ଗୁରୁତର ଚମ୍ପାଙ୍କ ଚିିତ୍କାର ଶୁଣିବା ପରେ ପୁଅ ଧନେଶ୍ବର ଖଳା ନିକଟରେ ପହଞ୍ଚିବା ବେ‌ଳକୁ ଚମ୍ପା ନାକରେ ପିନ୍ଧିଥିବା ସୁନା ନଥୁ କଡିକୁ ନେଇ ଚମ୍ପଟ ମାରିଥିଲା। ଏହାପରେ ଗୁରୁତର ଚମ୍ପାଙ୍କୁ ଧନେଶ୍ବର ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ଚମ୍ପାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଧନେଶ୍ବର ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ କୁଷ୍ଟକୁ ଅଟକ ରଖି ପଚରାଉଚୁରା କରୁଛି। ପୁଲିସ କଷ୍ଟୁ ଠାରୁ ନାକର ୨ଟି ନଥୁ ଜବତ କରିଥିବା ତଦନ୍ତ‌କାରୀ ଅଧିକାରୀ ରଙ୍କନିଧି ସାହୁ କହିଛନ୍ତି। ଏନେଇ ଥାନାରେ କେଶ୍ ନଂ-୨/୧୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

By amfnews

Related Post