Fri. Mar 6th, 2026

ଯୁକ୍ତରାଷ୍ଟ୍ର ଆମେରିକା ବନ୍ୟଜନ୍ତୁ ଉଦ୍ୟାନରେ ତରୁଣୀ କର୍ମଚାରୀଙ୍କୁ ମାରି ପକାଇଲା ସିଂହ

266 Views

ବର୍ଲିଙ୍ଗଟନ୍‌, ଡିସେମ୍ବର ୩୧ : ରବିବାର ଦିନ ବନ୍ୟଜନ୍ତୁ ସଂରକ୍ଷଣ ଉଦ୍ୟାନର ଖୁଆଡ଼ରୁ ମୁକୁଳି ଯାଇ ଗୋଟାଏ ସିଂହ ଜଣେ ତରୁଣୀ କର୍ମଚାରୀଙ୍କୁ ମାରି ପକାଇଛି।
ନିହତ କର୍ମଚାରୀ ହେଉଛନ୍ତି ଇଣ୍ଡିଆନା ଅନ୍ତର୍ଗତ ନିୟୁ ପାଲେଷ୍ଟାଇନ୍‌ର ୨୨ ବର୍ଷୀୟ ଆଲେକ୍‌ଜାଣ୍ଡ୍ରା ବ୍ଲେକ୍‌। ସଂରକ୍ଷଣ କେନ୍ଦ୍ର ଠାରେ ଥିବା ସିଂହ ଖୁଆଡ଼ ଖୋଲାଯାଇ ସଫେଇ ହେଉଥିବା ସମୟରେ ସେଠାରେ ଥିବା ସିଂହ ତାଙ୍କୁ ମାରି ପକାଇଥିଲା।

ସିଂହଟିକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବା ଉଦ୍ୟମ ବିଫଳ ହେବାରୁ ତାକୁ ଗୁଳି ମାରି ହତ୍ୟା କରାଯାଇଛି।

ଜଣେ ତାଲିମପ୍ରାପ୍ତ ପୋଖତ ବ୍ୟକ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ସଫେଇ କରୁଥିବା ସମୟରେ ସିଂହଟି କେମିତି ମୁକୁଳି ଯାଇଥିଲା।

ବନ୍ଦ ଥିବା ସେ ଖୁଆଡ଼ରୁ ଅଞ୍ଚଳରୁ ସିଂହଟି କେମିତି ବାହାରି ଆସିଲା ତାହା ଜଣାପଡ଼ି ନାହିଁ।

ସଂରକ୍ଷଣ କେନ୍ଦ୍ରର କାର୍ଯ୍ୟବାହୀ ନିର୍ଦେଶକ ମିଣ୍ଡି ଷ୍ଟିନର୍‌ କହନ୍ତି: ଆଜି ମୋ ଜୀବନର ସବୁଠୁ ବଳି ଖରାପ ଦିନ। ଆମେ ଜଣେ ବ୍ୟକ୍ତିଙ୍କୁ ହରାଇଲୁ। ଆମେ ଗୋଟାଏ ଜନ୍ତୁ ହରାଇଲୁ। ଆଜି ଆମେ ନିଜ ଉପରୁ ସାମାନ୍ୟ ବିଶ୍ୱାସ ହରାଇଛୁ।

ଜୀବଜନ୍ତୁଙ୍କ ଆଚରଣ ଉପରେ ଗତ ମେ ମାସରେ ଇଣ୍ଡିଆନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ବ୍ଲେକ୍‌ ଦୁଇ ସପ୍ତାହ ହେବ ସେଠାରେ କାମ କରୁଥିଲେ।

ବ୍ଲେକ୍‌ଙ୍କୁ ଉଦ୍ଧାର କରିବାକୁ ସିଂହ ଉପରକୁ ମରଣାନ୍ତକ ଗୁଳି ଚଳାଯାଇଥିଲା। ସେଠାରେ ୧୪ଟି ସିଂହ ଓ ବାଘ ଅଛନ୍ତି।

By amfnews

Related Post