Sun. Jun 8th, 2025

ଯୁକ୍ତରାଷ୍ଟ୍ର ଆମେରିକାର ମିଡ୍‌େଓ୍ଵଷ୍ଟ୍‍ରେ ଆଣ୍ଟାର୍କଟିକା ଠାରୁ ଅଧିକ ଥଣ୍ଡା

By amfnews Jan 31, 2019 #Featured
211 Views

ଚିକାଗୋ, ଜାନୁଆରୀ ୩୧  : ପାଗ ଆଣ୍ଟାର୍କଟିକା ଠାରୁ ଆହୁରି ଥଣ୍ଡା ହୋଇ ଯିବାରୁ ବୁଧବାର ଦିନ ଆମେରିକୀୟ ମିଡ୍‌େଓ୍ଵଷ୍ଟ୍‍ରେ ଲୋକମାନଙ୍କର ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଥିଲା।

ପାଣି ଜମାଟ ବାନ୍ଧିଯିବା ପରି ହେମାଳ ଯୋଗୁଁ ଉଡ଼ାଜାହଜ ସବୁ ଉଡ଼ି ପାରି ନ ଥିଲେ, ଡାକ ଦିଆ ଯାଇ ନ ଥିଲା, ସ୍କୁଲ୍‌ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହି ଥିଲା। ଲୋକବାକ ଘରେ ରହିଥିଲେ।

ଆମେରିକାର ତୃତୀୟ ସହର ଚିକାଗୋରେ ସକାଳର ତାପମାତ୍ରା ଥିଲା -୨୨ଂ । ତା’ସହ ବହୁଥିବା ପବନ ଯୋଗୁଁ ଥଣ୍ଡା -୫୦ଂ ହେଲା ପରି ଅନୁଭୂତ ହେଉଥିଲା।

ସହରର ଦୁଇ ପ୍ରମୁଖ ବିମାନ ବନ୍ଦରରୁ ୧୫୦୦ ବିମାନ ଉଡ଼ାଣ ସ୍ଥଗିତ ରହିଥିଲା। ଚିକାଗୋ ହବ୍‌ରୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା।

ବିଶେଷତଃ ଉତ୍ତରମେରୁକୁ ବେଢ଼ି ରହୁଥିବା ଆର୍ଟିକ୍‌ ବାୟୁ ଝାଙ୍କ ସେଠାରୁ ବାହାରି ଆସିବାରୁ ଏ ଭଳି ଥଣ୍ଡା ଅନୁଭୂତ ହେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।

By amfnews

Related Post