Sat. Mar 7th, 2026

ଯାତ୍ରା ଦେଖିବାକୁ ଆସିଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ୯ ବର୍ଷର ନାବାଳିକା

303 Views

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଅଂଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକା ଗାଁ ନିକଟରେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣାଯାଇଛି।
ଏହାପରେ ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନାବାଳିକାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

ପରିବାର ଲୋକେ ଏଥିନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିନେଇ ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।ତେବେ ଯାତ୍ରା ପାର୍ଟିର କେହି ତାଙ୍କ ସହ ଦୁଷ୍କର୍ମ କରିବାର ସନ୍ଦେହ ଘନୀଭୂତ ହେଉଛି।

By amfnews

Related Post