Sat. Mar 7th, 2026

ଯାତ୍ରା କଳାକାରଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

206 Views

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ହାଟ ନିକଟରେ ଗତକାଲି ରାତିରେ ଦୁବୃର୍ତ୍ତଙ୍କ ଠେଙ୍ଗା ମାଡ଼ରେ ଜଣେ ହାସ୍ୟ କଳାକାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ; ଗତ ଶୁକ୍ରବାର ରାତିରେ ଭୋଗରାଇ ହାଟ ନିକଟ ଗୋଟିଏ ଘରେ ଶୁଭଲଷ୍ମୀ ନାମକ ଏକ ଅପେରା ପାର୍ଟିର ଆଖଡ଼ା ଚାଲିଥିଲା। ଗତକାଲି ରାତି ୧୧ଟା ବେଳେ ଆଖଡ଼ା ସରିଥିଲା। ଏହାପରେ ଅପେରା ପାର୍ଟିରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଥିବା ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗ୍ରାମର ତ୍ରିଲୋଚନ ରଣଜିତ (୫୧) କୌଣସି କାମରେ ହାଟ ପାଖରେ ଥିବା ଏକ ବେସରକାରୀ ମଦ ଦୋକାନକୁ ଯାଇଥିଲେ। ସେଠାରେ ସୁନାଧାରବସାଣ ଗାଁର ରାଜେନ୍ଦ୍ର ଦଳାଇ ଓରଫ୍‌ ଟୁଟୁ ଏବଂ କିଛି ସାଥୀମାନଙ୍କ ସହ ତାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ବଚସା କ୍ରମେ ଉଗ୍ରରୂପ ନେଇଥିଲା। ରାଜେନ୍ଦ୍ର ଏକ ଠେଙ୍ଗାରେ ତ୍ରିଲୋଚନଙ୍କୁ ନିର୍ଘାତ୍‌ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଜାଣିବା ପରେ ଅପେରା ପାର୍ଟିର ମାଲିକ ‌ଭୋଗରାଇ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ରଣଜିତଙ୍କ ମରଶରୀର ଜବତ କରିବା ସହ ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରିଛି।

ଗଳାକାଟି ମହିଳାଙ୍କୁ ହତ୍ୟା

ଦେଉଳପଦର/ଲଛିପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ରାଏପାଲି ଗ୍ରାମର ବଳଭଦ୍ର ବାରିକଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିକ (୫୦)ଙ୍କୁ କେହି ଦୁର୍ବୃତ୍ତ ଗଳା କାଟି ହତ୍ୟା କରିଛି। ଶନିବାର ସକାଳ ୫ଟାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି। ସୂଚନା ଅନୁସାରେ, ବଳଭଦ୍ର ଶୌଚ ପାଇଁ ଯାଇଥିବା ବେଳେ ଲକ୍ଷ୍ମୀ ବାରି ପଟେ ବାସନ ଧୋଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଅଚାନକ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରି ଫେରାର୍ ହୋଇ ଯାଇଥିଲା। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସନ୍ଦେହରେ ଲକ୍ଷ୍ମୀଙ୍କ କକା ବଳରାମଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାଯାଇଛି।

By amfnews

Related Post